ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣା; ସିକନ୍ଦର ଆଲାମ ଗିରଫ

0
ଭୁବନେଶ୍ୱର (ଆମ ଟିଭି): ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମକୁ ଆଜି ଜଗତସିଂହପୁର ପୋଲିସ ଯାଜପୁରରୁ ଗିରଫ କରିଛି । ସିକନ୍ଦର ଠାରୁ ପାସ୍‌ପୋର୍ଟ ଓ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଜବତ କରି ଅଜ୍ଞାତ ସ୍ଥାନକୁ ନେଇ ପଚରାଉଚରା କରୁଛି ପୋଲିସ ।
 
ସୂଚନା ଅନୁଯାୟୀ, ସରକାରୀ ଜାଗା, ବେଆଇନ୍ ମଦ୍ରାସା, ନକଲି ଆଧାର କାର୍ଡ ତିଆରି କରି ବାଂଲାଦେଶରୁ ଗଳା ବାଟରେ ଲୋକଙ୍କୁ ଭାରତ ଆଣୁଥିଲା, ଜଗତସିଂହପୁରରେ ଥଇଥାନ କରୁଥିଲା ସିକନ୍ଦର ଆଲାମ । ପୂର୍ବରୁ ବେହେରାମପୁର ଓ ସାତପୁରା ଧନିପୁର ବସ୍ତିରେ ଜିଲ୍ଲା ପ୍ରଶାସନ ଚଢ଼ାଉ କରି ବେଆଇନ୍ ଘର ଭାଙ୍ଗିଥିଲା ହେଲେ କାର୍ପଟଦାର ସିକନ୍ଦର ଆଲାମ ଖସି ପଳାଇଥିଲା । ତାକୁ ଧରିବାକୁ ପୋଲିସ ଏକାଧିକ ସ୍ଵତନ୍ତ୍ର ଟିମ୍ ଗଠନ କରିଥିଲା ।
 
ସିକନ୍ଦର ମାନବ ଚାଲାଣ ସହ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ସହ ବାଂଲାଦେଶୀଙ୍କୁ ଆଶ୍ରୟ ଦେଉଥିଲା । ସିକନ୍ଦରକୁ କେଉଁ ଦେଶରୁ ଅର୍ଥ ଆସୁଥିଲା, କେଉଁ ବ୍ୟକ୍ତି ବିଶେଷ ବା ସଂଗଠନରୁ ଅର୍ଥ ଆସୁଥିଲା, ପୋଲିସ ତାହାର ‌ଖୋଳତାଡ଼ କରୁଛି ।
Leave A Reply

Your email address will not be published.