ଆଇକନିକ୍ ଇଣ୍ଡିଆ ଇଣ୍ଟରନେଶନାଲ୍ ଓପେନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫, କଳିଙ୍ଗ ଷ୍ଟାଡିଅମ୍, ଭୁବନେଶ୍ୱରରେ ଆରମ୍ଭ ହୋଇଛି

0

ଭୁବନେଶ୍ୱର (ଆମ ଟିଭି): ଆଇକନିକ୍ ସ୍ପୋର୍ଟ୍ସ ଫେଡେରେଶନ୍ (ISF) ଓ ଇଣ୍ଡିଆନ୍ ଗେଟବଲ୍ ୟୁନିଅନ୍ (IGU) ଙ୍କ ସଂଯୁକ୍ତ ଉଦ୍ୟମରେ ‘ଆଇକନିକ୍ ଇଣ୍ଡିଆ ଇଣ୍ଟରନେଶନାଲ୍ ଓପେନ୍ ଗେଟବଲ୍ ଟୁର୍ଣ୍ଣାମେଣ୍ଟ ୨୦୨୫ କଳିଙ୍ଗ ଷ୍ଟାଡିଅମ୍‌ରେ ଭବ୍ୟତାର ସହ ଆରମ୍ଭ ହୋଇଛି ।

ଉଦଘାଟନ ଉତ୍ସବରେ ଓଡିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ,ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ, ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା ଓ ବିଜେପି ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସୁଜିତ ଦାସ ଉପସ୍ଥିତ ଥିଲେ।

ତାଇୱାନ୍ ଓ ଇଣ୍ଡୋନେସିଆର ଅଧିକାରୀ ଓ ଖେଳାଳିମାନଙ୍କ ସହ ୧୮ରାଜ୍ୟରୁ ୨୦୦ଜଣ ଭାରତୀୟ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଭୁବନେଶ୍ୱରକୁ କ୍ରୀଡା ମାନଚିତ୍ରରେସୁପ୍ରତିଷ୍ଠିତ କରିବା ସହ ପାଦେ ଆଗକୁ ନେଇଯିବ।

ISF ର ଡ଼. ଚିଦାତ୍ମିକା ଖଟୁଆ, ଡ଼. ସଞ୍ଜୟ ଚୌଧୁରୀ, ଶେଖ ଅବଦୁଲ ସମିମ, ଡ଼. ପ୍ରଦୀପ୍ତ ମହାନ୍ତି ଓ କାର୍ଯ୍ୟକାରୀ ସଭାପତି ମିଷ୍ଟର ତରିଣୀ ପ୍ରସାଦ ମହାନ୍ତି ଆଦି ବିଶିଷ୍ଟ ନେତୃତ୍ୱ ଉପସ୍ଥିତ ଥିଲେ। IGU ପକ୍ଷରୁ ଡ଼. ଉମାକାନ୍ତ ପାଣି ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ISF କାନାଡାରେ ଅନ୍ତର୍ଜାତୀୟ ଗେଟବଲ୍ ଲିଗ୍ ଆରମ୍ଭ କରିବାକୁ ଶୀଘ୍ର ଘୋଷଣା କରିଛି। ଭାରତକୁ କ୍ରୀଡାରେ ଗ୍ଲୋବାଲ୍ ଆଇକନ୍ କରିବା ଆମର ଲକ୍ଷ୍ୟ। ଏହି ଟୁର୍ଣ୍ଣାମେଣ୍ଟ ଗୋଟିଏ ନୂଆ ଯାତ୍ରାର ଆରମ୍ଭ ହେବାକୁ ଯାଉଛି ବୋଲି ISF ର ନିର୍ଦେଶକ ସଞ୍ଜୟ ଚୌଧୁରୀ ଏକ ପ୍ରେସ୍ର ଵିଜ୍ଞାପ୍ତି ରେ କହିଛନ୍ତି l

Leave A Reply

Your email address will not be published.