ପ୍ରଣୟ ଜେଠୀଙ୍କ ପିତୃ ବିୟୋଗ
ଜଣାଶୁଣା ସିନେ ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀଙ୍କ ପିତା ଧରଣୀଧର ଜେଠୀ ୮୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି l ସ୍ବର୍ଗତ ଧରଣୀଧର ଜେଠୀ ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ l ଖୁବ ଶାନ୍ତ, ସ୍ନେହୀ, ସରଳ ସ୍ଵଭାଵ ମଣିଷ ଭାବରେ ସେ ସମସ୍ତଙ୍କର ପ୍ରିୟ ଥିଲେ l ଜଗତସିଂହପୁର ଜିଲ୍ଲାର ରାହାମା ନିକଟବର୍ତ୍ତୀ ପଣ୍ଡୁଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ l ଗାଁ ର ଉନ୍ନତି ପାଇଁ ସର୍ବଦା ତତ୍ପର ଥିଲେ l ତାଙ୍କ ଅବଦାନ ରେ ଗାଁ ରେ ମନ୍ଦିର ପ୍ରତିଷ୍ଠା ହୋଇପାରିଥିଲା l ଫରେଷ୍ଟ ବିଭାଗରେ ଦୀର୍ଘ ବର୍ଷ ଚାକିରୀ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଉନ୍ନତି ମୂଳକ କାମ କରିଆସିଥିଲେ l ତାଙ୍କ ବିୟୋଗରେ ପୁରା ପରିବାରରେ ଶୋକର ଛାୟା ଖେଳି ଯାଇଛି l ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ପୁଅ ବୋହୂ ନାତି, ନାତୁଣୀ ବନ୍ଧୁ ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ l ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର ହୋଇଛି l