ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ମୋଦି

0

ନୂଆଦିଲ୍ଲୀ (ଆମ ଟିଭି): ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ । ଏ ଅବସରରେ ସଂସଦ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପ୍ରଧାନମନ୍ତ୍ରୀ ମୋଦି । ଅନ୍ୟ ବରିଷ୍ଠ ସାଂସଦ ମଧ୍ୟ ଉପସ୍ଥିତ ରହି ସଂଦ ଆକ୍ରମଣରେ ସହିଦଙ୍କ ସ୍ମୃତିଚାରଣ କରିବେ ।

୨୦୦୧ ମସିହା ଡିସେମ୍ବର ୧୩ ତାରିଖରେ ଭାରତୀୟ ଗଣତନ୍ତ୍ରର ମନ୍ଦିର ସଂସଦ ଉପରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ପାକିସ୍ତାନର ଜୈଶ-ଏ-ମହମ୍ମଦ ଓ ଲସ୍କର-ଏ-ତୋଇବା ସହ ସଂପୃକ୍ତ ୫ ଆତଙ୍କବାଦୀ ଏକ ଧଳା ଆମ୍ବାସାଡର କାରରେ ସୁରକ୍ଷା ବଳୟ ଭେ ଦ କରି ସଂସଦ ଉପରେ ଆକ୍ରମଣ କରିଥିଲେ । ଆତଙ୍କୀ ଆକ୍ରମଣରେ ସିଆରପିଏଫ୍ କନଷ୍ଟେବଲ କମଲେଶ କୁମାରୀଙ୍କ ସହ ୯ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଆତଙ୍କବାଦୀମାନେ ସଂସଦ ଭବନର ୧୨ ନମ୍ବର ଗେଟ୍ ନିକଟରେ ଉପରାଷ୍ଟ୍ରପତି କୃଷ୍ଣ କାନ୍ତଙ୍କ କାରକେଡ୍ କୁ ଧକ୍କା ଦେବା ପରେ ଗାଡ଼ିରୁ ବାହାରି ଏକେ-୪୭ ରାଇଫଲ, ପିସ୍ତଲ ଏବଂ ଗ୍ରେନେଡରୁ ଅତର୍କିତ ଆକ୍ରମଣ କରିଥିଲେ । ଦୀର୍ଘ ୩୦-୪୫ ମିନିଟ୍ ଧରି ଭୟଙ୍କର ଗୁଳିବିନିମୟ ପରେ ସୁରକ୍ଷାବାହିନୀ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଘଟଣାର ତଦନ୍ତ ପରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ଅଫଜଲ ଗୁରୁକୁ ଗିରଫ କରାଯାଇଥିଲା । ଅଫଜଲ ଗୁରୁକୁ ୨୦୧୩ରେ ଫାଶୀ ଦିଆଯାଇଥିଲା ।

Leave A Reply

Your email address will not be published.