ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ ଯୁବ କଂଗ୍ରେସର ଅଣ୍ଡାମାଡ଼

0
ଭୁବନେଶ୍ବର (ଆମ ଟିଭି): ଭୁବନେଶ୍ୱର ଉପକଣ୍ଠ ଧଉଳି ଅଞ୍ଚଳ ନିକଟରେ ଗଣବଳାତ୍କାରର ଶିକାର ହୋଇଥିବା ନାବାଳିକା ଝିଅକୁ ନ୍ୟାୟ ଦାବି କରିବା ସହିତ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଅଭିଯୋଗରେ ଆଜି ରାଜଧାନୀ ଭୁବନେଶ୍ୱରରେ ଯୁବ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କରିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ଅଣ୍ଡାମାଡ଼ କରିଛନ୍ତି ଯୁବ କଂଗ୍ରେସ କର୍ମୀ । ଏହି ସମୟରେ ଯୁବ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଧାବାଟରେ ଅଟକାଇଛି ।
 
କହିରଖୁଛୁ ଯେ, ଭାରତୀୟ ଜାତୀୟ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ନାମରେ ନ୍ୟାସନାଲ ହେରାଲଡ଼ ମିଥ୍ୟା ମାମଲାରେ ଫସାଇ ଦୀର୍ଘ ଏକ ଦଶନ୍ଧି ଧରି ବଦନାମ କରିବା ପ୍ରତିବାଦରେ ଓଡିଶା କଂଗ୍ରେସ ପକ୍ଷରୁ ଗତକାଲି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
Leave A Reply

Your email address will not be published.