ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ୪୨୮ ଟି ନୂତନ ଆମ୍ୱୁଲାନ୍ସ ଲୋକାର୍ପଣ

0

ଭୁବନେଶ୍ବର (ଆମ ଟିଭି):  ଆଜି ତା:୨୩.୧୨.୨୦୨୫ ରିଖ, ପୂର୍ବାହ୍ନ ୧୧.୩୦ ଘଟିକାରେ ମାନ୍ୟବର ମୁଖ୍ୟମନ୍ତ୍ରୀ କଳିଙ୍ଗଷ୍ଟାଡିୟମଠାରେ ୪୨୮ଟି ନୂତନ ୧୦୮ ଆମ୍ୱୁଲାନ୍ସକୁ ଲୋକାର୍ପଣ କରିଛନ୍ତି ।ଏଥିରେ ୪୧୯ଟି ପୁରୁଣା ହୋଇଯାଇଥିବା EMAS ଆମ୍ବୁଲାନ୍ସ କୁ ବଦଳାଯିବ, ୨ଟି ଦୁର୍ଘଟଣା ରେ ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା EMAS ଆମ୍ବୁଲାନ୍ସ, ବାଣିଜ୍ୟ ଏବଂ ପରିବହନ ବିଭାଗ ପାଇଁ ୫ଟି ALS ଆମ୍ବୁଲାନ୍ସ ବିମାନବନ୍ଦର/ଏୟାରସ୍ଟ୍ରିପ୍‌ରେ ବ୍ୟବହାର ନିମନ୍ତେ ଏବଂ ଝାରସୁଗୁଡ଼ା କାର୍ଡିଆକ୍ କେୟାର୍ ହସ୍ପିଟାଲ୍ ପାଇଁ ୨ଟି ALS ଆମ୍ବୁଲାନ୍ସ ବ୍ୟବହାର କରାଯିବ ।


ରାଜ୍ୟରେ ୧୦୮ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବା ତା- ୦୫.୦୩.୨୦୧୩ ରିଖ ଦିନ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା ୮୬୬ ଟି ଆମ୍ୱୁଲାନ୍ସ ସାରା ରାଜ୍ୟରେ ୩୦ ଜିଲ୍ଲାର ଲୋକଙ୍କୁ ମାଗଣା ସେବା ଯୋଗାଇ ଦେଇଆସୁଅଛି । ଏହି ୮୬୬ଗୋଟି ମଧ୍ୟରେ (୪୧୧ ଗୋଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ (ALS), ୪୪୯ ଗୋଟି ମୌଳିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ (BLS) ଏବଂ ୬ ଗୋଟି ନୌକା ଆମ୍ବୁଲାନ୍ସ (Boat Ambulance)ଅନ୍ତର୍ଭୁକ୍ତ | ୧୦୮ ଆମ୍ବୁଲାନ୍ସ ସେବା ବ୍ୟତୀତ ଗର୍ଭବତୀ ମା ଏବଂ ଅସୁସ୍ଥ ଶିଶୁଙ୍କୁ ଡାକ୍ତରଖାନା ନେବା ନିମନ୍ତେ ରାଜ୍ୟରେ ୫୦୦ଟି “ଜନନୀ ଏକ୍ସପ୍ରେସ୍” ଆମ୍ୱୁଲାନ୍ସର ମଧ୍ୟ ବ୍ୟବସ୍ଥା ରହିଅଛି । ପ୍ରତିଦିନ ହାରାହାରି ୫୦୦୦ ରୁ ଅଧିକ ସଂଖ୍ୟକ ରୋଗୀ ଏହି ୧୦୮ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବା ଏବଂ ଜନନୀ ଏକ୍ସପ୍ରେସ୍ ଆମ୍ୱୁଲାନ୍ସ ସେବା ଦ୍ୱାରା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହେଉଛନ୍ତି । ବର୍ତ୍ତମାନ ୧୦୮ ଆମ୍ବୁଲାନ୍ସ ସେବା ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଦ୍ଵାରା IPTHHS-II ପ୍ରକଳ୍ପ ଅଧୀନରେ ପରିଚାଳିତ ହେଉଅଛି।

ରାଜ୍ୟରେ ଜରୁରୀକାଳୀନ ଆମ୍ୱୁଲାନ୍ସ ସେବାରେ ଅଧିକ ଉନ୍ନତି ଆଣିବା ପାଇଁ ପର୍ଯ୍ୟାୟକ୍ରମେ ପୁରୁଣା ଆମ୍ବୁଲାନ୍ସ ଗୁଡିକୁ ବଦଳାଯାଇ ନୂଆ ଆମ୍ବୁଲାନ୍ସ ଅଣାଯାଉଅଛି I ୧୦୮ ଜରୁରୀକାଳୀନ ଆମ୍ୱୁଲାନ୍ସ ଗୁଡିକର ପଞ୍ଜିକରଣ , ବୀମା ଏବଂ ବ୍ରାଣ୍ଡିଙ୍ଗ୍ ଇତ୍ୟାଦି ସହିତ ପ୍ରତି ଆମ୍ବୁଲାନ୍ସ‌ Rs.୨୫.୭୭ଲକ୍ଷ ଟଙ୍କାରେ କ୍ରୟ କରାଯାଇଛି ଏବଂ ୪୨୮ ଗୋଟି ଆମ୍ବୁଲାନ୍ସ ପାଇଁ ମୋଟ ପ୍ରାୟ ୧୧୧ କୋଟି ଟଙ୍କାଖର୍ଚ୍ଚ ହୋଇଛି ଏବଂ ଏହାର ସମୁଦାୟ କ୍ରୟ ଖର୍ଚ୍ଚ ରାଜ୍ୟ ସରକାର ଙ୍କ ନିଜସ୍ୱ ପାଣ୍ଠି ରୁ ବହନ କରିଛନ୍ତି ।

ଏହି ପର୍ଯ୍ୟାୟରେ ୧୫୦ ଗୋଟି ନୂତନ ଜରୁରୀକାଳୀନ ଆମ୍ବୁଲାନ୍ସକୁ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରାଯାଉଛି I ଅବଶିଷ୍ଟ ନୂତନ ଆମ୍ବୁଲାନ୍ସ ଗୁଡିକୁ ଅତିଶୀଘ୍ର (ଜାନୁୟାରୀ ୨୦୨୬ ଶେଷ ସୁଦ୍ଧା) ଆମ୍ବୁଲାନ୍ସ ସେବାରେ ନିୟୋଜିତ କରାଯିବ ସହିତ ପୁରୁଣା EMAS ଆମ୍ୱୁଲାନ୍ସ ଗୁଡିକୁ ପରିବର୍ତ୍ତନ କରାଯିବ। ଏହାସହିତ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ବିମାନ ବନ୍ଦରରେ ବ୍ୟବହାର କରିବା ନିମନ୍ତେ ୫ଟି (ALS) ଅତ୍ୟାଧୁନିକ ଜୀବନରକ୍ଷାକାରୀ ଆମ୍ୱୁଲାନ୍ସ ଓ ଝାରସୁଗୁଡା କାର୍ଡିଆକ୍ କେୟାର ହସ୍ପିଟାଲ ପାଇଁ ୨ଟି (ALS) ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଗୁଡ଼ିକୁ ନିକଟ ଭବିଷ୍ୟତରେ ଯୋଗାଇ ଦେବାର ବ୍ୟବସ୍ଥା ରହିଛି।

ଏହି ପରିପ୍ରେକ୍ଷୀରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା ସଂସ୍ଥାର ରାଜ୍ୟମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ଵାଳ କହିଛନ୍ତି,”ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ ଓଡ଼ିଶା ସହ ଭାରତର ଅନ୍ୟ ୧୬ ଟି ରାଜ୍ୟରେ ମଧ୍ୟ ନିଜର ସେବା ପ୍ରଦାନ କରୁଅଛି। ଅଦ୍ୟାବଧି ଓଡ଼ିଶାରେ ଦେଢ଼ କୋଟିରୁ ଉର୍ଦ୍ଧ୍ବ ରୋଗୀ ୧୦୮ ଆମ୍ବୁଲାନ୍ସରେ ସେବା ପାଇଛନ୍ତି। ଆଜି ଲୋକାର୍ପିତ ହୋଇଥିବା ନୂଆ ଆମ୍ବୁଲାନ୍ସ ଗୁଡ଼ିକ ମାଧ୍ୟମରେ ରୋଗୀସେବା ଆହୁରି ସୁଦୃଢ ହୋଇପାରିବ।

Leave A Reply

Your email address will not be published.