ବାଂଲା ହିଂସା : ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ

0

ବାଂଲାଦେଶ ହିଂସା ଘଟଣାରେ ଦିଲ୍ଲୀରେ ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ବାହାରେ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା କାରଣରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ବାଂଲାଦେଶରେ ହିନ୍ଦୁ ଯୁବକ ଦିପୁ ଚନ୍ଦ୍ର ଦାସଙ୍କୁ ନୁସଂଶ ଭାବେ ହତ୍ୟା କରି ଜାଳିବା ଏବଂ ହିନ୍ଦୁ ମାନଙ୍କ ଧାର୍ମିକ ସ୍ଥଳରେ ଭଙ୍ଗାରୁଜା ଘଟଣାକୁ ନିନ୍ଦା କରି ବିଶ୍ବ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରତିବାଦ ସମୟରେ ବିକ୍ଷୋଭକକାରୀ ବାଂଲାଦେଶ ପତାକା ଓ କୁଶପୁତ୍ତଳିକା ଦାହ କରିଥିଲେ । ପ୍ରତିବାଦ ପୂର୍ବରୁ ପୁଲିସ ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା । କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ ହୋଇ ପଡିଛି । ସୁରକ୍ଷାରେ ତିନି ସ୍ତରର ବ୍ୟାରିକେଡିଂ , ପୁଲିସ ଏବଂ ଅର୍ଦ୍ଧସାମରିକ ବାହିନୀର ଅଧିକ ବଳ ନିଯୋଜିତ ଅଛନ୍ତି ।

ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏବଂ କଂଗ୍ରେସ ନେତାମାନେ ପଡ଼ୋଶୀ ଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବିରୋଧରେ କଲକାତାରେ ବାଂଲାଦେଶ ଡେପୁଟି ହାଇକମିଶନ ବାହାରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ସେମାନଙ୍କ ଦେଶରେ ବଢ଼ୁଥିବା ଅଶାନ୍ତି ମଧ୍ୟରେ ଦୀପୁଙ୍କ ମୃତ୍ୟୁ ଘଟଣାରେ ଏହି ପ୍ରତିବାଦ କରିଥିଲେ ।

 

 

Leave A Reply

Your email address will not be published.