ଚାନ୍ଦବାଲି ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

0

ଭଦ୍ରକ ଜିଲ୍ଲାର ଚାନ୍ଦବାଲିଠାରେ ଘଟିଯାଇଥିବା ଅଭାବନୀୟ ଘଟଣା ବିଷୟରେ ଅବଗତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି । ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।

ଜଳୁଛି ଚାନ୍ଦବାଲି। ନାବାଳିକା ଦୁଷ୍କର୍ମ ଓ ହତ୍ୟାର ତୀବ୍ର ପ୍ରତିବାଦ। ଟାୟାର ଜାଳି ରାସ୍ତା ଅବରୋଧ । ତାତିଲେ ଲୋକ । ଭାଙ୍ଗିଲେ ଅଭିଯୁକ୍ତର ଘର। ଆସବାବପତ୍ର ଭଙ୍ଗାରୁଜା। ଗତକାଲି ସଂଧ୍ୟାରେ ଚାନ୍ଦବାଲି ଥାନା ବାଲିଗାଁ ପଞ୍ଚାୟତ ଅଫିସ ପଛ ପାଖରୁ ୧୦ବର୍ଷିୟା ନାବାଳିକାର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।

ଏହା ପରେ ଭଦ୍ରକ- ଚାନ୍ଦବାଲି ରାସ୍ତା ଅବରୋଧ କରି ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ ଲୋକେ।ଗତକାଲି ରାତିରୁ ଆଜି ଅପରାହଣ ଯାଏପାଞ୍ଚଟି ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସ୍ଥିତି ଅଣାୟତ୍ତ ହେବା ପରେ ଭଦ୍ରକ ଏସପି ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଥିଲେ। ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଦୁଷ୍କର୍ମକାରୀକୁ ଜଗତସିଂହପୁରରୁ ଗିରଫ କରାଯାଇଥିବା କହିଛନ୍ତି ଭଦ୍ରକ ଏସପି। କିଛି ସନ୍ଦିଗ୍ ଧଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରାଯାଇଛି।

Leave A Reply

Your email address will not be published.