ଆଓ ନେକ୍ସ୍ଟ ରେ ଷ୍ଟ୍ରିମିଂ ଆରମ୍ଭ ହେଲା ବାବୁସାନ ମହାନ୍ତିଙ୍କ ସୁପରହିଟ୍ ଫିଲ୍ମ ‘ବୋଉ ବୁଟୁ ଭୂତ’

0

ଭୁବନେଶ୍ବର (ଆମ ଟିଭି):  ‘ଓଟିଟି ପ୍ଲାଟଫର୍ମଗୁଡିକର ଲୋକପ୍ରିୟତା ବଢିବା ସହିତ ପୂର୍ବ ଭାରତର ଲୋକପ୍ରିୟ ଓ ପ୍ରିମିୟମ୍ ଓଭର-ଦି-ଟପ୍ (ଓଟିଟି) ଷ୍ଟ୍ରିମିଂ ପ୍ଲାଟଫର୍ମ, ଆଓ ନେକ୍ସ୍ଟ ସବୁବେଳେ ଓଡ଼ିଶାର ଦର୍ଶକଙ୍କ ମନକୁ ଛୁଇଁଲା ପରି କାହାଣୀ ଓ ବିଷୟ ବସ୍ତୁ ନିଜ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆଣିଥିବାରୁ ସମସ୍ତ ଓଡ଼ିଆଙ୍କ ପ୍ରିୟ ହୋଇ ପାରିଛି। ସେହି ପରିପ୍ରେକ୍ଷୀରେ ଇଂରାଜୀ ନୂଆବର୍ଷ ପୂର୍ବରୁ ଗତ ରଜରେ ଓଡିଆ ଫିଲ୍ମ ଜଗତରେ ସୁନାମୀ ଆଣିଥିବା ବାବୁସାନ ମହାନ୍ତିଙ୍କ ସୁପରହିଟ୍ ଫିଲ୍ମ ‘ବୋଉ ବୁଟୁ ଭୂତ’ର ଷ୍ଟ୍ରିମିଂ ଆରମ୍ଭ ହୋଇଛି କେବଳ ଆଓ ନେକ୍ସ୍ଟ ରେ । ଫିଲ୍ମଟି ହରର କମେଡି ଓ ସସ୍ପେନ୍ସ ଡ୍ରାମାର ଟ୍ରେଲର ସାଙ୍ଗକୁ ‘ଡୁଙ୍ଗୁଥିଲି..’ ଏବଂ ‘ଓଦା ଲାଗେ..’ ଗୀତ ଦୁଇଟି ଦର୍ଶକଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା । ଯୁବ ପିଢ଼ିଙ୍କ ଆଦୃତ ହୋଇ ଏହାର ପତ୍ୟେକ ଶୋ ବି ହାଉସଫୁଲ ହୋଇଥିଲା ।

ବାବୁସାନ ଫିଲ୍ମସ ନିବେଦିତ ତଥା ତୃପ୍ତି ଶତପଥୀଙ୍କ ପ୍ରଯୋଜିତ ‘ବୋଉ ବୁଟୁ ଭୂତ’ ସାରା ଓଡିଶାରେ ନିଜର ଦମଦାର କାହାଣୀ ଓ ଶ୍ରୁତିମଧୁର ସଙ୍ଗୀତ ସହ ସାରା ଓଡ଼ିଶାରେ ଚହଳ ପକାଇଥିଲା । ଏହାର ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଓଲିଉଡ଼ର ସୁପରଷ୍ଟାର ବାବୁଶାନ୍ ମହାନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସେହିପରି ବରିଷ୍ଠ ଅଭିନେତ୍ରୀ ଅପରାଜିତାଙ୍କୁ ଏଥିରେ ଏକ ଗୁରୁତରପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିଛି । ଏଥିସହ ଏଥିରେ ପ୍ରଥମ ଥର ପାଇଁ ଭେଟେରାନ ଅଭିନେତ୍ରୀ ଅପରାଜିତା ମହାନ୍ତି ଗୀତ ଗାଇଛନ୍ତି । ତାଙ୍କର ସୁନ୍ଦର ଅଭିନୟ ସହ ଗୀତର କେମେଷ୍ଟ୍ରି ଓଟିଟି ଦର୍ଶକଙ୍କୁ ମଧ୍ୟ ଭଲ ଲାଗିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ସେହିପରି ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ଚୌଧୁରୀ ଜୟପ୍ରକାଶ ଦାସ, କେକେ, ରବି ମିଶ୍ର, ଅନୁଗୁଳିଆ ବଣ୍ଟି ଓ ଉଦିତ ଗୁରୁ ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଜଗଦୀଶ ମିଶ୍ର । କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଛନ୍ତି ମ. ଇମ୍ରାନ । ପ୍ରଣବ ପ୍ରସନ୍ନ ରଥ ଏହାର ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଗୌରବ ଆନନ୍ଦ । ଡିଓପି ଅଛନ୍ତି ରୁଦ୍ରକାନ୍ତ ସିଂ ଓ କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ସମ୍ବିତ ଜେନା ।

ପୂର୍ବରୁ ‘କର୍ମ’, ‘ଭାବାନ୍ତର’, ‘ମାଲ୍ୟଗିରି’, ‘କୁହୁଡି’ ପରି ଫିଲ୍ମ ପାଇଁ ଷ୍ଟ୍ରିମିଂ ପ୍ଲାଟଫର୍ମ ଆଓ ନେକ୍ସ୍ଟର ଲୋକପ୍ରିୟତା ବହୁତ ବଢିଛି । ପୁଣି ଆସନ୍ତା ମାସରେ ଆଓ ନେକ୍ସ୍ଟରେ ରିଲିଜ ହେବ ଏହିପରି ନୂଆ ନୂଆ ଫିଲ୍ମ ଓ ଲୋକପ୍ରିୟ ୱେବସିରଜ ସବୁ । ‘ବୋଉ ବୁଟୁ ଭୂତ’ର ଷ୍ଟ୍ରିମିଂ ସଫଳତାରେ ସିଇଓ ତଥା ପ୍ରତିଷ୍ଠାତା କୌଶିକ ଦାସ କହିଛନ୍ତି ଯେ, ଓଡିଆ ଦର୍ଶକଙ୍କ ଚିନ୍ତାଧାରା ଓ ଭଲପାଇବାକୁ ଧ୍ୟାନରେ ରଖି ‘ଆଓ ନେକ୍ସଟ’ମନଛୁଆଁ ନୂଆ ନୂଆ ଫିଲ୍ମ ସବୁ ଆଣିଥାଏ । ଆଗରୁ ବହୁ ସୁପରହିଟ ଫିଲ୍ମ ସବୁ ଦର୍ଶକଙ୍କ ଭଲ ପାଇବା ସାଉଁଟିଥିଲା । ଯେଉଁ ଦର୍ଶକ ମାନେ ଫିଲ୍ମ ସବୁ ହଲରେ ଦେଖିପାରିନଥିଲେ କିମ୍ବା ପୁଣି ଦେଖୁବାକୁ ଚାହୁଁଥିଲେ, ସେମାନେ ଏବେ ଆଓ ନେକ୍ସଟରେ ସ୍ୱତନ୍ତ୍ର ଭାବରେ ‘ବୋଉ ବୁଟୁ ଭୂତ’ ଦେଖିପାରିବେ ଓ ଆଗକୁ ଆହୁରି ଭଲ ଭଲ ଫିଲ୍ମ ଆମ ଉପଭୋକ୍ତାଙ୍କ ପାଇଁ ଆଣିବା ପାଇଁ ଆଓ ନେକ୍ସଟ୍ ପ୍ରତିବଦ୍ଧ ବୋଲି ପ୍ରତିଷ୍ଠାତା କୈ।ଶିକ ଦାସ ସୂଚନା ଦେଇଛନ୍ତି।

Leave A Reply

Your email address will not be published.