ରାଜଧାନୀରେ ଘନ କୁହୁଡ଼ି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ

0
ଭୁବନେଶ୍ବର (ଆମ ଟିଭି): ରାଜ୍ୟରେ ଜାରି ରହିଛି ଶୀତ ଲହରୀ ସାଙ୍ଗକୁ ଘନ କୁହୁଡି । ଶନିବାର ଦିନ ସକାଳେ ଘନ କୁହୁଡ଼ି ଯୋଗୁଁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା କ୍ରମାଗତ ତୃତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି । ସକାଳୁ କୌଣସି ବି ବିମାନ ଉଡ଼ାଣ ଭରିନଥିବା ସୂଚନା ମିଳିଛି । ସେହିଭଳି ରାଞ୍ଚି, କୋଲକାତା ଓ ଚେନ୍ନାଇରୁ ଭୁବନେଶ୍ୱର ବିମାନବନ୍ଦରକୁ ଆସୁଥିବା ବିମାନର ଗତିପଥ ପରିବର୍ତ୍ତନ ହୋଇଛି ।
 
କିଛି ବିମାନ ଉଡାଣ କରିବାକୁ ଥିବା ବେଳେ ଆଉ କିଛି ବିମାନ ଲ୍ୟାଣ୍ତ କରିବା ନେଇ ସମସ୍ୟା ଦେଖାଦେଇଛି । ଦିନ ପ୍ରାରମ୍ଭରେ ଜିରୋ ଭିଜିବିଲିଟି ଯୋଗୁଁ ଅନେକ ବିମାନର ଗତି ପରିବର୍ତ୍ତନ ଏବଂ ବିଳମ୍ବ ହୋଇଛି । ଯାହା ଯାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ କରିଛି । ଯାହାକୁ ନେଇ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଯାତ୍ରୀଙ୍କୁ ଅପଡେଟ ଦିଆଯାଇଛି ।
Leave A Reply

Your email address will not be published.