କୋଲକାତା (ଆମ ଟିଭି): ମମତାଙ୍କୁ ଟାର୍ଗେଟ କଲେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । କହିଲେ, ତିହାର ଜେଲ ଯିବେ ମମତା ବାନାର୍ଜୀ। ଟିଏମ୍ସି ନେତା ଅନୁବ୍ରତ ମଣ୍ଡଳଙ୍କ ପ୍ରସଙ୍ଗକୁ ନେଇ ବିଜେପି ଏବଂ ଟିଏମ୍ସି ପୁଣି ମୁହାଁମୁହିଁ ହୋଇଛନ୍ତି। ଗୋରୁ ଚୋରାଚାଲାଣ ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ଅନୁବ୍ରତ ମଣ୍ଡଳଙ୍କ ସପକ୍ଷରେ ମମତା ଥିବାବେଳେ ଏହି ପ୍ରସଙ୍ଗରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ଚ୍ୟାଲେଂଜ କରିଛନ୍ତି।
୨୦୧୦ରେ ବୀରଭୂମ ଜିଲ୍ଲାର ମଙ୍ଗଳକୋଟ ବିସ୍ଫୋରଣ ମାମଲାରେ ଅନୁବ୍ରତ ମଣ୍ଡଳ ଏବଂ ଅନ୍ୟ ୧୩ ଜଣ ଶୁକ୍ରବାର ଦୋଷମୁକ୍ତ ହୋଇଥିଲେ। ଦୋଷମୁକ୍ତ ହେବାପରେ ମଣ୍ଡଳ ଦାବି କରିଥିଲେ ଯେ ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିଲା। ଏହି ପ୍ରସଙ୍ଗରେ ମମତା କହିଥିଲେ, ଅନୁବ୍ରତ ଦିନେ ଜେଲ୍ରୁ ମୁକୁଳିବେ ଏବଂ ତୁମେମାନେ ତାଙ୍କୁ ହିରୋ ଭଳି ସ୍ୱାଗତ କରିବ। ଉକ୍ତ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରିଛନ୍ତି ଶୁଭେନ୍ଦୁ ଅଧିକାରୀ।