ପାକ୍ ଆତଙ୍କୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

0

ସୀମା ପାର୍‌ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ‌ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍‌, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି।

ଆହୁରି ମଧ୍ୟ ସେ କହିଛନ୍ତି ଅପରେସନ ସିନ୍ଦୂରରେ ଆମେ ୭ଟି ଆତଙ୍କୀ ଆଡ୍ଡାକୁ ସଫଳତାର ସହ ଧ୍ବଂସ କରିଥିଲୁ। ଗତବର୍ଷ ମେ ୭ ତାରିଖରେ ମାତ୍ର ୨୨ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲୁ। ଅପରେସନ ସିନ୍ଦୂର ହେଉଛି ୩ ସେନା ସମନ୍ବୟର ଜ୍ବଳନ୍ତ ଉଦାହରଣ। ଏହା ପଛରେ ସ୍ପଷ୍ଟ ରାଜନୈତିକ ନିର୍ଦ୍ଦେଶ ମଧ୍ୟ କାର୍ଯ୍ୟ କରୁଥିଲା।

ପଶ୍ଚିମ ସୀମାନ୍ତ ଓ ଜମ୍ମୁ-କାଶ୍ମୀରରେ ପରିସ୍ଥିତି ସମ୍ବେଦନଶୀଳ ରହିଛି। ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ଭିତରେ ରହିଛି। ୨୦୨୫ ମସିହାରେ ୩୧ ଆତଙ୍କୀଙ୍କୁ ନିପାତ କରାଯାଇଛି। ତନ୍ମଧ୍ୟରୁ ୬୫ ପ୍ରତିଶତ ପାକିସ୍ତାନୀ ରହିଥିଲେ।

Leave A Reply

Your email address will not be published.