ଭୁବନେଶ୍ୱର (ଆମ ଟିଭି): ଆଜି ଗଞ୍ଜାମ ଜିଲ୍ଲା ବିଜେଡି ନେତା ତଥା ଠିକାଦାର ହୃଷିକେଶ ପାଢ଼ୀଙ୍କ ଘରେ ବଡ଼ ଧରଣର ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଟିକସ ଫାଙ୍କି ଓ ଅର୍ଥ ହେରଫେର ଅଭିଯୋଗରେ ହୃଷିକେଶ ପାଢ଼ୀ ଓ ତାଙ୍କ ଲିଙ୍କରେ ଚଢ଼ାଉ ଜାରି ରହିଛି। ତାଙ୍କ ଲିଙ୍କରେ ଗଞ୍ଜାମ ଜିଲ୍ଲାର ୨୦ଟି ସ୍ଥାନରେ ଚଢ଼ାଉ ଚାଲିଛି।
ଇଡି ରେଡ୍ ବେଳେ ମିଳିଲା ଆଲମାରୀ ଭର୍ତ୍ତି ଟଙ୍କା। ବିଡ଼ା ବିଡ଼ା ଟଙ୍କାରେ ଭର୍ତ୍ତି ଲକ୍କରକୁ ଜବତ କରାଯାଇଛି। ତେବେ ରେଡ୍ ବେଳେ ଏତେ ପରିମାଣର ଟଙ୍କା ଦେଖି ଇଡି ଅଧିକାରୀ ଆର୍ଶ୍ଚର୍ଯ୍ୟ ହୋଇଛନ୍ତି। ଏହି ଟଙ୍କା କେଉଁଠୁ ମିଳିଛି, ସେନେଇ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ହୃଷିକେଶ ଗଞ୍ଜାମ ଜିଲ୍ଲା ବିଜେଡିର ଉପସଭାପତି ରହିଛନ୍ତି। ତାଙ୍କ ଲିଙ୍କରେ ବ୍ରହ୍ମପୁର ସହରର ବିଜିପୁର, ଲାଞ୍ଜିପଲି, ଜୟପ୍ରକାଶ ନଗର, ନୂଆ ବସ ଷ୍ଟାଣ୍ଡ ନିକଟ ଆଦି ସ୍ଥାନରେ ରହୁଥିବା ଅନେକ ବ୍ୟବସାୟୀଙ୍କ ଘରେ ବି ରେଡ୍ କରିଛି ED।