ଭୁବନେଶ୍ୱର (ଆମ ଟିଭି): ଭୁବନେଶ୍ବର ମଦନପୁରସ୍ଥିତ ନିସ୍ ଇନ୍ଷ୍ଟିଚ୍ୟୁଟ ଅଫ ବିଜିନେସ୍ ଆଡମିନିଷ୍ଟ୍ରେସନ ଓ ରିସର୍ଚ ଫୋରମ୍ ଇଣ୍ଡିଆର ସହଭାଗିତାରେ “ବିକଶିତ ଭାରତ ପାଇଁ ଉଦୟମାନ ପ୍ରଯୁକ୍ତି ଓ ସସ୍ଥାୟୀ ଉନ୍ନତି” ଶୀର୍ଷକ ଏକ ଆଲୋଚନା ଚକ୍ର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ କାରିଗରୀ ଓ ପ୍ରଯୁକ୍ତିବିଦ୍ୟାର ବିଭାଗୀୟ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନ୍ତଃଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବା ସହିତ ତାଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ ।

ଉକ୍ତ ସମ୍ମିଳନୀରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼କ୍ଟର ଅମୀୟ କୁମାର ରଥ ଆଭାସୀ ମାଧ୍ୟମରେ ଯୋଗଦେଇ ବିକଶିତ ଭାରତର ତାତ୍ପର୍ଯ୍ୟତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବିରଗଣସତୀସାଧନୀ ବିଶ୍ବବିଦ୍ୟାଳୟ ଆସାମର କୁଳପତି ପ୍ରଫେସର ଜି. ସିନ୍ଘାୟା, ଅମନ୍ୟ କର୍ପୋରେସନର ମେମ୍ୱର ଡ଼କ୍ଟର ପାର୍ଥସାରଥି ମିଶ୍ର, ରାଜେନ୍ଦ୍ର ପ୍ରସାଦ କୃଷିବୈଷୟିକ ବିଶ୍ବବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଆର୍ସେଲରମିତଲ ଓ ନିପନ୍ଷ୍ଟିଲର ମାନବସମ୍ବଳ ବିଭାଗୀୟ ମୁଖ୍ୟ ଦେବବ୍ରତ ଦାଶ, ତାଇଓ୍ବାନ ଚାଙ୍ଗଗଙ୍ଗ ୟୁନିଭରସିଟିର ପ୍ରଫେସର ପ୍ରସନ୍ନ କୁମାର ସାହୁ, ରିସର୍ଚଫୋରମ୍ ଓଡିଶା ମୁଖ୍ୟ ପ୍ରଫେସର ସୁଶିଲ କୁମାର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ଡକ୍ଟର ସୁଭାଷ ଚନ୍ଦ୍ର ନାୟକ ସ୍ୱାଗତ ଭାଷଣ ଦେବା ସହିତ ନିମନ୍ତ୍ରିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ଅନୁଷ୍ଠିତ ସେମିନାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସହ ପ୍ରତିଷ୍ଠାତା ପ୍ରଫେସର ସ୍ମୃତିସୁଧା ନାୟକ, ଡେପୁଟି ଡାଇରେକ୍ଟର ଡକ୍ଟର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ଶିକ୍ଷାନୁଷ୍ଠାନର ଟ୍ରଷ୍ଟି ଶ୍ରୀଯୁକ୍ତ ସାଇସମ୍ବିତ ନାୟକ, ଅଧ୍ୟକ୍ଷ ଡକ୍ଟର ରାଜେସ ସାଇଁ, ଜଏଣ୍ଟ ରେଜିଷ୍ଟ୍ରାର ଡକ୍ଟର ଭବାନୀ ଶଙ୍କର ରଥ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ, ପ୍ରଫେସର ପ୍ରଭାକର ମିଶ୍ର, ଡକ୍ଟର ଶ୍ରଦ୍ଧାଞ୍ଜଳୀ ନାୟକ, ଡକ୍ଟର ଅଜିତ ନାରାୟଣ ମହାନ୍ତି, ପ୍ରଫେସର ସ୍ଥିତପ୍ରଜ୍ଞ ଦେବଦତ ସାମଲ, ପ୍ରଫେସର ଇନ୍ଦ୍ରଜିତ ଦାସ, ପ୍ରଫେସର ଜ୍ଞାନରଞ୍ଜନ ବିଶ୍ୱାଳଙ୍କ ସମେତ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଅନ୍ତଃଜାତୀୟ ସେମିନାରକୁ ସାଫଲ୍ୟ ମଣ୍ଡିତ କରିଥିଲେ l