ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ଓଡ଼ିଶାର ୫୦ତମ ରାଜ୍ୟ ସମ୍ମିଳନୀ ଓ ଶ୍ରୀ ସତ୍ୟ ସାଇ ଦିବ୍ୟ ପାଦୁକା ଯାତ୍ରାର ସମାବର୍ତ୍ତନ ଉତ୍ସବ
ମାନବ ସେବା କ୍ଷେତ୍ରରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଏକ ଅଗ୍ରଣୀ ସଂଗଠନ ଭାବରେ ସମଗ୍ର ଦେଶରେ ପରିଚିତ ଶ୍ରୀ ସତ୍ୟ ସାଇ ବାବା ମାନବ ସମାଜକୁ ଦେଇଥିବା ସେବା,ମୂଲ୍ୟବୋଧ, ଭଲପାଇବା ଆଦି ମାନବ ସମାଜ ର ହିତସାଧନ କରିଚାଲିଛି ଏହି ବର୍ଷ କୁ ଭଗବାନ୍ ଶ୍ରୀ ସତ୍ୟ ସାଇ ବାବା ଙ୍କ ଜନ୍ମ ଶତବାର୍ଷିକ ବର୍ଷ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି ଚଳିତ ବର୍ଷ ମଧ୍ୟ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଓଡିଶା ପକ୍ଷରୁ ପଚାଶ ତମ ରାଜ୍ୟ ସମ୍ମିଳନୀ ସହ ଦିବ୍ୟ ପାଦୁକା ଯାତ୍ରା ରଥ ର ସମାବର୍ତ୍ତନ ଉତ୍ସବ ଦିବ୍ୟ ଓ ଭବ୍ୟ ପରିବେଶ ରେ ପାଳନ କରାଯାଉଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟ ର ପ୍ରତେକ କୋଣ ଅନୁକୋଣ ରୁ ବିଭିନ୍ନ ସମିତି ଭଜନ ମଣ୍ଡଳୀ ସହ ଅନେକ ସାଇ ଆଶ୍ରିତ ହଜାର ହଜାର ଶ୍ରଦ୍ଧାଳୁ, ସେବାଦଳ ଭାଇ ମାନକ ସହ ଓ ବିଶିଷ୍ଟ ଅତିଥିମାନେ ଯୋଗଦେବେ।

କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ହେଉଛି ଦିବ୍ୟ ପାଦୁକା ରଥ ଯାତ୍ରା ଯାହା ସମଗ୍ର ଓଡ଼ିଶାର ପ୍ରାୟ ଦଶହଜାର ରୁ ଅଧିକ ଗ୍ରାମ ରେ ଦିବ୍ୟ ଦର୍ଶନ ଭ୍ରମଣ କରିସାରିବା ପରେ ,୧୮ ତାରିଖ ଦିନ ସକାଳ ୭ ରେ ଏହା ସମଗ୍ର କଟକ ସହର ପରିଭ୍ରମଣ କରି ବାଲିଯାତ୍ରା ପଡ଼ିଆରେ ଏହାର ଉଦଯାପନୀ ହୋଇବ , ପରେ ପରେ ପ୍ରଶାନ୍ତି ଧ୍ୱଜା ଉତ୍ତୋଳନ, ମାନବ ସେବା ପ୍ରକଳ୍ପ, ପରେ ସକାଳ ୧୦ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ। ସକାଳ ୧୦ଟାରେ ସ୍ୱାଗତ ସଙ୍ଗୀତ ପରେ ୧୦.୧୫ରେ ଉଦଘାଟନୀ ସଭା ଅନୁଷ୍ଠିତ ହେବ। ପୂର୍ବାହ୍ନ ୧୧ଟାରେ ଶ୍ରୀ ସତ୍ୟ ସାଇ ସେଣ୍ଟ୍ରାଲ୍ ଟ୍ରଷ୍ଟ ର ଟ୍ରଷ୍ଟି ଶ୍ରୀ ଆର ଜେ ରତ୍ନାକର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ଓ ଅଖିଳ ଭାରତ ଶ୍ରୀ ସତ୍ୟ ସାଇ ସେବା ସଂଗଠନର ବିଶିଷ୍ଟ ଅତିଥିମାନେ ଉଦବୋଧନ ସହ ସତ୍ୟ ସାଇ ସେବା ସଂଗଠନ ର ନେସନାଲ ପ୍ରେସିଡେଣ୍ଟ ଶ୍ରୀ ନୀମେଶ ପାଣ୍ଡିଆ ଶ୍ରୀ କୋଟେଶ୍ୱର୍ ରାଓ ସେବା ସଂଯୋଜକ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଭାରତ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ତା ସହ ସଂଗଠନ ର ରାଜ୍ୟ ସଭାପତି ଶ୍ରୀ ସତ୍ୟ ସ୍ୱରୂପ ପଟ୍ଟନାୟକ ମଧ୍ୟ ଯୋଗଦେବେ । ମଧ୍ୟାହ୍ନ ୧୨.୩୦ରେ ୫୦ତମ ଶ୍ରୀ ସତ୍ୟ ସାଇ ନିର୍ମଳ ଝର ପାନୀୟ ଜଳ ପ୍ରକଳ୍ପର ଭର୍ଚୁଆଲ୍ ଉଦଘାଟନ, ସତ୍ୟ ସାଇ ସ୍ୱାବଲମ୍ବୀ’ ଅଧୀନରେ ସିଲାଇ ମେସିନ୍ ବଣ୍ଟନ ୧୦୦ଟି ସିଲାଇ ମେସିନ୍ ବଣ୍ଟନ ଓ ୫୦ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି।ଭଗବାନ ସତ୍ୟ ସାଇ ବାବା ଦେଇଥିବା ମାନବ ସେବାର ସେଇ ଗୁରୁମନ୍ତ୍ରକୁ ପାଳନ କରି ଆଜି ମଧ୍ୟ ମଧ୍ୟ ସଂଗଠନ ତରଫରୁ ଅନେକ ଅସହାୟ ଦୁଃଖୀ ରଙ୍କି , ବାତ୍ୟା ବନ୍ୟା ମରୁଡି ଆଦି ଅନେକ ପରିସ୍ଥିତିରେ ଲୋକମାନଙ୍କ ପାଖରେ ସେବା ଯୋଗାଇ ଆସୁଛି। ତା ସହ ନୂଆ କରି ଭଗବାନ ଙ୍କ ଆଶ୍ରିବାଦ ଦ୍ଵାରା ଗଢି ଉଠିଥିବା ସମିତି ମାନଙ୍କୁ ପ୍ରଶାନ୍ତି ଧ୍ଵଜା ପ୍ରଦାନ କରାଯିବ ଉଠିଥିବା ଅପରାହ୍ନ ୩ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆଧ୍ୟାତ୍ମିକ ଆଲୋଚନା ସଭା ଭଜନ ଓ ମଙ୍ଗଳ ଆରତୀ କରି କାର୍ଯ୍ୟକ୍ରମ ଶେଷ ହେବା ଏଥିରେ ପ୍ରାୟ ୨୫ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ମାନେ ଯୋଗଦେବାର ଆକଳନ କରାଯାଇଛି ।

ଏହାପରେ ଭୁବନେଶ୍ଵର ସାଇ ଜନନୀ ଠାରେ ୧୯ ରୁ ୨୨ ତାରିଖ ଯାଏ ୧୦୦ ଘଣ୍ଟା ଅଖଣ୍ଡ ଭଜନ ସହ ୧୦୦ ଘଣ୍ଟା ବେଦ ପାଠ ପରେ ସମଗ୍ର ଓଡ଼ିଶା ପରିଭ୍ରମଣ କରି ଆସିଥିବା ଦିବ୍ୟ ପାଦୁକା ସ୍ଥାପନ କରାଯିବ ।ସରସ୍ଵତୀ ପୂଜା ୨୩ ତାରିଖ ରେ ଏହି କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ରହିଛି ।
ସାଇରାମ୍