ଓଡିଶାରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା

ପ୍ରଥମଥର ପାଇଁ ଶରୀର ଗଠନ ପ୍ରତିଯୋଗିତା ଆୟୋଜନ, ୭ ଲକ୍ଷ ଟଙ୍କାର ପୁରସ୍କାର ମଞ୍ଚରେ ଦିଆଯିବ

0

ଭୁବନେଶ୍ୱର (ଆମ ଟିଭି): ବଡ଼ି ବିଲଡିଂକୁ ନେଇ ଓଡିଶା ଅନ୍ୟ ରାଜ୍ୟ ତୁଳନାରେ ଅନେକ ଆଗରେ ଥିବା ବେଳେ ଟ୍ରାନ୍ସଫର୍ମିୟମ କ୍ଲାସିକ୍ସ ଅନୁଷ୍ଠାନ ତରଫରୁ ଏକ ସର୍ବ ଭାରତୀୟ ସ୍ତରୀୟ ବଡି ବିଲଡିଂ ପ୍ରତିଯୋଗିତା ଆସନ୍ତା ଫେବୃଆରୀ ୭ ଓ ୮ ତାରିଖରେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜନ ହେବ l ଏହି ଅବସରରେ ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଆୟୋଜକ ମିଷ୍ଟର ଜୀବନ ଜ୍ୟୋତି ପ୍ରତିଯୋଗିତା ସମ୍ପର୍କରେ ସମସ୍ତ ବିବରଣୀ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ l ଏହି ପ୍ରତିଯୋଗିତାକୁ କ୍ରିପାଲ ଫିଟନେସ, ଚିତ୍ତରଞ୍ଜନ ବେହେରା, ସୁଶାନ୍ତ ସେଠି, ଶଙ୍କର ସହଯୋଗ କରୁଛନ୍ତି l


ଓଡ଼ିଶାରେ ଏହା ପ୍ରଥମଥର ପାଇଁ ଏକ ବଡ଼ ପରିକଳ୍ପନାରେ ହେବାକୁ ଯାଉଛି l ୨୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିଯୋଗିତା ସର୍ବ ଭାରତୀୟ ସ୍ତରରେ ହେବ l ଓଡିଶା ତଥା ଅନ୍ୟ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ୧୫0 ଜଣ ବଡି ବିଲଡର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବେ l ଦେଶର ବହୁ ନାମୀ ଆଥଲେଟ୍ସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିବେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି l ଆୟୋଜକ କର୍ତ୍ତୃପକ୍ଷ ସମେତ ଅନେକ ପ୍ରତିଯୋଗୀ ସାମ୍ବାଦିକ ସମ୍ମିଳନୀ ରେ ଯୋଗଦେଇଥିଲେ ଏବଂ ଏହି ପ୍ରତିଯୋଗିତା ପାଇଁ ସେମାନେ ବହୁତ ଉତ୍ସାହିତ ଥିବା କଥା ପ୍ରକାଶ କରିଥିଲେ l

ପ୍ରତିଯୋଗୀ ମାନେ ଖୁବ କମ୍ ଦେୟରେ ପଞ୍ଜିକରଣ କରିପାରିବେ ବୋଲି ଆୟୋଜକ କହିଥିଲେ l ଅନେକ ପ୍ରତିଯୋଗୀ ଓଡିଶା ବାହାରକୁ ଯାଇ ଖର୍ଚ୍ଚ କରି ଖେଳିବାକୁ ସକ୍ଷମ ହୋଇପାରନ୍ତି ନାହିଁ l ତେଣୁ ଆୟୋଜକ ସେହି ସ୍ତରର ଏକ ପ୍ରତିଯୋଗିତା ଭୁବନେଶ୍ୱରରେ ଆୟୋଜନ କରିବାକୁ ସ୍ଥିର କରିଛନ୍ତି ଯାହା ଫଳରେ ଗ୍ରାମାଞ୍ଚଳର ପ୍ରତିଯୋଗୀ ମାନେ ମଧ୍ୟ ଭାଗ ନେଇ ଖେଳି ପାରିବେ ଏବଂ ସେମାନଙ୍କର ପ୍ରତିଭାର ପ୍ରଦର୍ଶନ କରିପାରିବେ l

Leave A Reply

Your email address will not be published.