୨୦୨୫ କର୍ଡନ ପାସ ପାଇଥିବା ଭିଭିଆଇପିଙ୍କ ବିବରଣୀ ପ୍ରକାଶ କଲାନି ପୁରୀ ଜିଲ୍ଲା ପ୍ରଶାସନ

0
ଭୁବନେଶ୍ଵର (ଆମ ଟିଭି): ୨୦୨୫ ପୁରୀ ରଥଯାତ୍ରା ସମୟରେ କର୍ଡନ ପାସ ପାଇଥିବା ୨୫୦୦ ଭିଭିଆଇପିଙ୍କ ବିବରଣୀ ପ୍ରକାଶ କରାଯିବ ନାହିଁ ବୋଲି ପୁରୀ ଜିଲ୍ଲା ପ୍ରଶାସନ ନିଷେଧାଦେଶ ଜାରି କରିଛି । ତାହାର ତାଲିକା ସୂଚନା ଅଧିକାର ଅଧିନିୟମର ଧାରା ୮ (୧) (ଞ୍ଜ) ଅନୁଯାୟୀ ପ୍ରଦାନ କରାଯାଇପାରିବନି ବୋଲି ପ୍ରଶାସନ କହିଛି । ଏହି ନିଷେଧାଦେଶ ଭିଭିଆଇପିଙ୍କ ଗୋପନୀୟତା ରକ୍ଷା ପାଇଁ ବୋଲି ଜିଲ୍ଲା ପ୍ରଶାସନ କହିଛି ।
 
କହିରଖୁଛୁ ଯେ, ପୁରୀ ରଥଯାତ୍ରା – ୨୦୨୫ ରେ ରଥ ଚାରିପଟେ କଡ଼ନ୍‌ ଭିତରେ ମାତ୍ରାଧିକ ଭିଆଇପି ଓ ଭିଭିଆଇପି ପାସ୍‌ଧାରୀଙ୍କ ଭିଡ଼ ଯୋଗୁଁ ବିଭ୍ରାଟ ଘଟିଥିଲା । ସୁରକ୍ଷା କଡ଼ନ୍‌ ଭିତରେ ବହୁ ମାତ୍ରାରେ ଭିଡ଼ ଯୋଗୁଁ ନନ୍ଦିଘୋଷ ରଥ ଟାଣିବା ସମ୍ଭବ ହୋଇ ନ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଥିଲା ।
Puri Dist Admin refuses to give details of VVIPs who got Cordon Passes during Ratha Jatra
 
କଡ଼ନ୍‌ ଭିତରୁ ଯେତିକି ଲୋକଙ୍କୁ ଖାଲି କରାଯାଉଥିଲା କିଛି ସମୟ ଭିତରେ ସେତିକି ପାସ୍‌ ଧରି କର୍ଡନ୍‌ ଭିତରକୁ ପ୍ରବେଶ କରୁଥିବାରୁ ପୁଲିସ କାହାକୁ ଅଟକାଇ ପାରୁନଥିଲା ।
Leave A Reply

Your email address will not be published.