ଭୁବନେଶ୍ୱର (ଆମ ଟିଭି): ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍’ । ରାଜଧାନୀ ଭୁବନେଶ୍ୱରରେ ମହିଳା ଯାତ୍ରୀଙ୍କ ପାଇଁ ‘ସୁଭଦ୍ରା ବସ୍’ ଚଳାଇବା ପାଇଁ ସ୍ଥିର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହି ବସ୍ରେ ମହିଳା ଡ୍ରାଇଭରମାନେ ଚଳାଇବେ ଏବଂ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ପୁନେରେ ଇ ବସ୍ ଟ୍ରେନିଂ ପରେ ଭୁବନେଶ୍ୱରରେ ମହିଳା ଡ୍ରାଇଭରମାନେ ଏହି ବସ ଚଲାଇବେ ।
ମହିଳା ଯାତ୍ରୀଙ୍କ ପାଇଁ ସୁରକ୍ଷିତ ଓ ସୁବିଧାଜନକ ଯାତାୟତ ବ୍ୟବସ୍ଥା କରିବା ଏହି ବସ୍ ସେବାର ଲକ୍ଷ୍ୟ । ଏହି ବସ୍ ସେବା ମହିଳାମାନଙ୍କୁ ସଶକ୍ତିକରଣ କରିବା ସହ ସୁରକ୍ଷିତ ଓ ନିରାପଦ ଯାତାୟତ ପ୍ରଦାନ କରିବ ।