ଆପଣଙ୍କ ଏହି ବ୍ଲଡ ଗ୍ରୁପ କି ? ଆପଣଙ୍କୁ ହୋଇପାରେ ଷ୍ଟୋମାକ୍ କ୍ୟାନ୍ସର

0

ଭୁବନେଶ୍ୱର (ଆମ ଟିଭି): ବ୍ଲଡ୍ ଗ୍ରୁପ କେବଳ ରକ୍ତଦାନ ପାଇଁ ନୁହେଁ, ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଅନେକ ତଥ୍ୟ ଦେଇଥାଏ। ନିକଟରେ ପ୍ରକାଶିତ ଏକ ଗବେଷଣା ଅନୁସାରେ, କିଛି ବିଶେଷ ବ୍ଲଡ୍ ଗ୍ରୁପ ଥିବା ଲୋକଙ୍କ ମଧ୍ୟରେ ଷ୍ଟୋମାକ୍ କ୍ୟାନ୍ସରର ଆଶଙ୍କା ଅଧିକ ଥାଇପାରେ।

ଷ୍ଟୋମାକ୍ କ୍ୟାନ୍ସର କ’ଣ?

ଷ୍ଟୋମାକ୍ କ୍ୟାନ୍ସରକୁ ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର ମଧ୍ୟ କୁହାଯାଏ। ଏହା ପେଟର ଭିତର ଆବରଣରେ କର୍କଟ କୋଷ ଅସାଧାରଣ ଭାବେ ବଢ଼ିବା ଫଳରେ ହୋଇଥାଏ। ଭାରତ ସହ ଏସିଆର ଅନେକ ଦେଶରେ ଏହି ରୋଗ ଏବେ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇଉଠିଛି।

କେଉଁ ବ୍ଲଡ୍ ଗ୍ରୁପରେ ବିପଦ ଅଧିକ?

BMC Cancer (2019) ରିପୋର୍ଟ ଅନୁଯାୟୀ—

A ବ୍ଲଡ୍ ଗ୍ରୁପ ଥିବା ଲୋକଙ୍କର ଷ୍ଟୋମାକ୍ କ୍ୟାନ୍ସର ହେବାର ଆଶଙ୍କା ପ୍ରାୟ 13% ଅଧିକ

AB ବ୍ଲଡ୍ ଗ୍ରୁପ ଥିବା ଲୋକଙ୍କର ବିପଦ ପ୍ରାୟ 18% ଅଧିକ
O ବ୍ଲଡ୍ ଗ୍ରୁପ ତୁଳନାମୂଳକ ଭାବେ କମ୍ ବିପଦରେ

କାହିଁକି A ଓ AB ବ୍ଲଡ୍ ଗ୍ରୁପରେ ବିପଦ?

ବିଶେଷଜ୍ଞମାନଙ୍କ କହିବାନୁସାରେ, A ବ୍ଲଡ୍ ଗ୍ରୁପ ଥିବା ଲୋକମାନେ ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ପ୍ରତି ଅଧିକ ସମ୍ବେଦନଶୀଳ। ଏହି ଜୀବାଣୁ ଷ୍ଟୋମାକ୍ କ୍ୟାନ୍ସରର ଏକ ପ୍ରମୁଖ କାରଣ ଭାବେ ଚିହ୍ନଟ। ତେବେ ଗବେଷକମାନେ ସ୍ପଷ୍ଟ କରିଛନ୍ତି—ବ୍ଲଡ୍ ଗ୍ରୁପ ଏକମାତ୍ର କାରଣ ନୁହେଁ।

ଷ୍ଟୋମାକ୍ କ୍ୟାନ୍ସରର ଅନ୍ୟ କାରଣ

()ଖରାପ ଖାଦ୍ୟ ଅଭ୍ୟାସ

()ଧୂମପାନ ଓ ଅତ୍ୟଧିକ ମଦ୍ୟପାନ

()ମୋଟାପଣ

()ଦୀର୍ଘଦିନର ପେଟ ସଂକ୍ରମଣ

()ବୟସ ବଢ଼ିବା ସହିତ ବିପଦ ବୃଦ୍ଧି

()ପୁରୁଷମାନଙ୍କ ମଧ୍ୟରେ ଅଧିକ ପ୍ରଭାବ

ବିଶେଷଜ୍ଞଙ୍କ ପରାମର୍ଶ

ଯଦି ଆପଣଙ୍କର ଦୀର୍ଘ ସମୟ ଧରି ପେଟ ଯନ୍ତ୍ରଣା, ଭୋକ ନ ଲାଗିବା, ଅଚାନକ ଓଜନ କମିବା କିମ୍ବା ଖାଦ୍ୟ ଗିଳିବାରେ ଅସୁବିଧା ହେଉଛି, ତେବେ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Leave A Reply

Your email address will not be published.