ଅଭିନେତା ଦେବାଶିଷ ପାତ୍ର ଦୁବାଇ ୟୁରା ହୋମ୍ସ ରିୟଲ ଇଷ୍ଟେଟର ବ୍ରାଣ୍ଡ ଅମ୍ବାସଡ଼ର

0

ଭୁବନେଶ୍ବର (ଆମ ଟିଭି): ୟୁରା ହୋମ୍ସ, ଦୁବାଇର ଏକ ପ୍ରତିଷ୍ଠିତ ରିୟଲ ଇଷ୍ଟେଟ କମ୍ପାନୀ l ଯାହା ଦୁବାଇ ରିୟଲ ଇଷ୍ଟେଟ ବ୍ୟବସାୟ କ୍ଷେତ୍ରରେ ବହୁଳ ପ୍ରଚାର ଓ ପ୍ରସାର ପାଇଁ ଏକ ମେ ଫେୟାର ହୋଟେଲରେ ଏକ ଏକ୍ସପୋ ଆୟୋଜନ କରିଛନ୍ତି l ଯାହାର ବ୍ରାଣ୍ଡ ଅମ୍ବାସଡ଼ର ସହିତ ପାର୍ଟନର ରହିଛନ୍ତି ଓଲିଉଡ଼ ସୁପରଷ୍ଟାର ଦେବାଶିଷ ପାତ୍ର l ଏହି ୟୁରା ହୋମ୍ସ ରିୟଲ ଇଷ୍ଟେଟ କମ୍ପାନୀ, ଦୁବାଇରେ ଥିବା ପ୍ରପରଟିଜ୍ କୁ କିଣିବାକୁ ଚାହୁଁଥିବା ଗ୍ରାହକମାନଙ୍କୁ ସାହାଯ୍ୟ କରିଥାଏ l

ବଲିଉଡର ସୁପରଷ୍ଟାର ବିବେକ ଆନନ୍ଦ ଓବରାଇ ଯେମିତି ଏହି ଧାରାରେ ଚାଲିଛନ୍ତି ସେହିପରି ଓଲିଉଡ଼ରୁ ପ୍ରଥମଥର ପାଇଁ ଦେବାଶିଷ ପାତ୍ର ପାଦ ରଖିଛନ୍ତି l ଓଡିଶା ବାହାରେ କିମ୍ବା ସୁଦୂର ଦୁବାଇରେ ଯେଉଁମାନେ ଘର କିଣିବାକୁ ଅବା ବିକ୍ରି କରିବାକୁ ଚାହିଁବେ ବିଶେଷ କରି ଆମ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ୟୁରା ହୋମ୍ସ ସାହାଯ୍ୟ କରିବ l ସେହି ପରିପ୍ରେକ୍ଷୀରେ ୧୪ ଏବଂ ୧୫ ଫେବୃଆରୀରେ ୟୁରା ହୋମ୍ସ ଏବଂ ଦେବାଶିଷ ପାତ୍ରଙ୍କ ମିଳିତ ସହଯୋଗରେ ଦୁବାଇର ୫ଟି ଟପ୍ ଡେଭେଲପର୍ସ, ଶୋଭା, ଇମତିଆଜ୍, ଅଜିଜି ଭଳି କମ୍ପାନୀକୁ ନେଇ ଏହି ମେଳା ହୋଟେଲ ମେ ଫେୟାରରେ ଆୟୋଜିତ ହୋଇଛି l

ଦେବାଶିଷ ପାତ୍ରଙ୍କ ଏହି ଦୁଇ ଦିନ ବ୍ୟାପୀ ୟୁରା ହୋମ୍ସ କମ୍ପାନୀ ଏକ୍ସପୋରେ ଯୋଗଦେଇ ନିଜର ପ୍ରପରଟିଜ୍ ବ୍ୟବସାୟ କୁ ବୃଦ୍ଧି କରିପାରିବେ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି l ତେବେ ଆଗାମୀ ଦିନରେ ସାରା ଭାରତରେ ଏହି କମ୍ପାନୀ ତା’ର ପ୍ରଚାର ଓ ପ୍ରସାର କରିବ ଯାହା ଫଳରେ ସମସ୍ତ ଓଡିଶାବାସୀଙ୍କ ସମେତ ଭାରତବାସୀ ଉପକୃତ ହୋଇପାରିବେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି l

Leave A Reply

Your email address will not be published.