ନିମାପଡ଼ା ପୋଲିସ ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ। ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ। ଥାନାରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ନାବାଳିକା ଅପହରଣ ଅଭିଯୋଗରେ ପୋଲିସ ଡ଼ିହବାରୀର ଜଣଙ୍କୁ ଆଣିଥିଲା। ପୋଲିସ ଥାନାକୁ ଆଣି ଯୁବକଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା। ଆଜି ସକାଳେ ଗାଁ ପଡ଼ିଆର ଏକ ଗଛରୁ ଝୁଲନ୍ତା ମୃତଦେହ ମିଳିବାରୁ ସନ୍ଦେହ।
ସେପଟେ ଏହି ଅଭିଯୋଗକୁ ନିମାପଡ଼ା ଏସ୍ଡିପିଓ ଖଣ୍ଡନ କରିଛନ୍ତି । ପରିବାର ଲୋକେ ମିଥ୍ୟା କହୁଛନ୍ତି ବୋଲି ନିମାପଡ଼ା ଏସ୍ଡିପିଓଙ୍କ ସୂଚନା । ସେ କହିଛନ୍ତି ପୋଲିସ ତାଙ୍କୁ କେବେ ନିର୍ଯାତନା ଦେଇନାହିଁ। ଅଧିକାରୀମାନେ ତାଙ୍କୁ କେବେ ଭେଟି ନଥିଲେ। ପରିବାର ଯେଉଁ ଅଧିକାରୀଙ୍କୁ ଅଭିଯୋଗ କରୁଛନ୍ତି ସେ ତଦନ୍ତ ପାଇଁ ଯୁବକଙ୍କ ବାସଭବନକୁ ଯାଇଥିଲେ କିନ୍ତୁ ତାଙ୍କୁ ଭେଟି ନଥିଲେ।
ସୂଚନା ଯୋଗ୍ୟ; ଗତକାଲି ଏକ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଡିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇକୁ ନିମାପଡ଼ା ପୋଲିସ ଉଠାଇ ନେଇଥିଲା । ହେଲେ କିଛି ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା । ହେଲେ ଆଜି ସକାଳୁ ଗାଁ ପଡିଆର ଏକ ଗଛରେ ସୁବ୍ରତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଗାଁ ଲୋକେ ସୁବ୍ରତଙ୍କ ପରିବାରକୁ ଖବର ଦେଇଥିଲେ । ତା’ପରେ ସେମାନେ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ଲୋକେ ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୋଲିସର ନିର୍ଯ୍ୟାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହକୁ ଥାନା ସମ୍ମୁଖରେ ରଖି ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି । ଥାନାରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଅଣାଯାଇନଥିଲା ବୋଲି ପୋଲିସ କହିଛି ।