ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗତି ଏବଂ ସେମାନଙ୍କର ସ୍ଥିତିକୁ ଜୀବନର ବିଭିନ୍ନ ଘଟଣା ସହ ଜଡିତ ବୋଲି ଧରାଯାଏ । ଗ୍ରହମାନଙ୍କ ଗତି ପରିବର୍ତ୍ତନ ହେଲେ ତାହାର ପ୍ରଭାବ ମଣିଷର ଜୀବନ, ଆର୍ଥିକ ସ୍ଥିତି, କ୍ୟାରିଅର, ସ୍ୱାସ୍ଥ୍ୟ ଓ ପାରିବାରିକ ସମ୍ପର୍କ ଉପରେ ପଡ଼ିଥାଏ ବୋଲି ଜ୍ୟୋତିଷୀମାନେ ମତ ଦେଇଥାନ୍ତି । ସେହି ପରିପ୍ରେକ୍ଷିରେ ମାର୍ଚ୍ଚ ୧୬ ତାରିଖରୁ ଗଠିତ ହେବାକୁ ଯାଉଥିବା ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ଭାବରେ ବିବେଚନା କରାଯାଉଛି । ଏହି ଦିନ ମଙ୍ଗଳ ଏବଂ ଚନ୍ଦ୍ର ଗ୍ରହର ସ୍ଥିତି ଅନୁକୂଳ ରହିବାରୁ ଏହି ଯୋଗ ଗଠିତ ହେବାକୁ ଯାଉଛି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ମଙ୍ଗଳ ଗ୍ରହ ଓ ଚନ୍ଦ୍ର ଗ୍ରହ ଶୁଭ ସ୍ଥିତିରେ ରହନ୍ତି କିମ୍ବା ଏକ ନିର୍ଦ୍ଦିଷ୍ଟ ଦିଗରୁ ପରସ୍ପର ସମ୍ପର୍କ ସୃଷ୍ଟି କରନ୍ତି, ସେତେବେଳେ ମହାଲକ୍ଷ୍ମୀ ରାଜଯୋଗ ଗଠିତ ହୁଏ ବୋଲି କୁହାଯାଏ । କେତେକ ସମୟରେ ଦୁଇଟି ଗ୍ରହର ସଂଯୋଗ କିମ୍ବା ଦୃଷ୍ଟି ମାଧ୍ୟମରେ ମଧ୍ୟ ଏହି ଯୋଗ ତିଆରି ହୁଏ । ଏହାକୁ ଧନ, ସମୃଦ୍ଧି ଓ ସଫଳତାର ଯୋଗ ଭାବରେ ମନାଯାଏ । ଏହି ସମୟରେ ଅନେକ ଲୋକଙ୍କୁ ହଠାତ୍ ଆର୍ଥିକ ଲାଭ, ନୂଆ କାମର ସୁଯୋଗ, ପଦୋନ୍ନତି କିମ୍ବା ନୂଆ ବ୍ୟବସାୟ ଆରମ୍ଭର ସମ୍ଭାବନା ମିଳିପାରେ । ଦୀର୍ଘଦିନ ଧରି ଅଟକିଥିବା କାମ ମଧ୍ୟ ଏହି ସମୟରେ ସମାପ୍ତ ହେବାର ସମ୍ଭାବନା ରହେ ଏବଂ ଜୀବନରେ ସୁଖ-ଶାନ୍ତି ବଢ଼ିପାରେ ।
ଏହି ଗ୍ରହ ଯୋଗର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ । କିନ୍ତୁ ବିଶେଷ କରି ବୃଷ, କର୍କଟ ଓ ବିଛା ରାଶିର ଲୋକମାନଙ୍କ ପାଇଁ ଏହା ଅଧିକ ଶୁଭ ଫଳ ଦେଇପାରେ ବୋଲି ମନାଯାଉଛି ।
ବୃଷ ରାଶି :
ବୃଷ ରାଶିର ଲୋକମାନଙ୍କ ପାଇଁ ଏହି ସମୟ ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହୋଇପାରେ । ନୂଆ ବ୍ୟବସାୟ ଯୋଜନା ଆରମ୍ଭ କଲେ ସେଥିରେ ସଫଳତା ମିଳିବାର ସମ୍ଭାବନା ରହିଛି । ଚାକିରି କ୍ଷେତ୍ରରେ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିପାରେ । ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ପାରିବାରିକ ସୁଖ-ସମୃଦ୍ଧି ବୃଦ୍ଧି ପାଇପାରେ । ଘରୋଇ ପରିବେଶ ସକାରାତ୍ମକ ରହିବ ଏବଂ ନୂଆ ସୁଯୋଗ ଆସିପାରେ ।
କର୍କଟ ରାଶି :
କର୍କଟ ରାଶିର ଲୋକମାନେ ଏହି ସମୟରେ କଠିନ ପରିଶ୍ରମର ଭଲ ଫଳ ପାଇପାରନ୍ତି । ଚାକିରିରେ ଉନ୍ନତି ଓ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ନିବେଶ କରିବା ପାଇଁ ମଧ୍ୟ ଏହା ଭଲ ସମୟ ହୋଇପାରେ । ପୁରୁଣା ଯୋଜନାଗୁଡିକୁ ଆଗକୁ ବଢ଼ାଇବାର ସୁଯୋଗ ମିଳିପାରେ । ଏଥିସହିତ ଆର୍ଥିକ ଲାଭ ଓ କାର୍ଯ୍ୟକ୍ଷେତ୍ରରେ ସ୍ଥିରତା ମିଳିପାରେ ।
ବିଛା ରାଶି :
ବିଛା ରାଶିର ଲୋକଙ୍କ ପାଇଁ ମଧ୍ୟ ଏହି ସମୟ ଅତ୍ୟନ୍ତ ସକାରାତ୍ମକ ହୋଇପାରେ । କ୍ୟାରିଅରରେ ନୂଆ ସୁଯୋଗ ମିଳିପାରେ ଏବଂ କର୍ମ କ୍ଷେତ୍ରରେ ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବା ସହିତ ନିବେଶରେ ଭଲ ଫଳ ମିଳିପାରେ । ସମାଜରେ ସମ୍ମାନ ବଢ଼ିପାରେ ଏବଂ ପରିବାରରେ ସୁଖ-ଶାନ୍ତି ରହିବ । ପୁରୁଣା ବିବାଦର ସମାଧାନ ହେବା ସହିତ ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ । ଯୋଜନାବଦ୍ଧ ଭାବରେ କାମ କଲେ ଏହି ସମୟରୁ ଅଧିକ ଲାଭ ମିଳିପାରେ ।