ଭୁବନେଶ୍ୱର (ଆମ ଟିଭି): ହକି ଇଣ୍ଡିଆ ପରବର୍ତ୍ତି ସଭାପତି କିଏ ହେବେ? ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା । ଏହାରି ଭିତରେ ହକି ଇଣ୍ଡିଆ ସଭାପତି ପାଇଁ ନୋମିନେସନ ଦାଖଲ କରିଛନ୍ତି ଦିଲ୍ଲୀପ ତିର୍କି । ପୂର୍ବତନ ହକି ଅଧିନାୟକ ଦିଲିପ ତିର୍କି ନୋମିନେସନ କରିବା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅକ୍ଟୋବର ୧ତାରିଖରେ ହେବ ହକି ଇଣ୍ଡିଆ ସଭାପତି ନିର୍ବାଚନ । ଅକ୍ଟୋବର ୯ତାରିଖ ସୁଦ୍ଧା ପ୍ରକ୍ରିୟା ଶେଷ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ଦିଲ୍ଲୀପ ତିର୍କୀ ବର୍ତ୍ତମାନ ଓଡ଼ିଶା ହକି ପ୍ରମୋସନ କାଉନସିଲର ଅଧ୍ୟକ୍ଷ ଅଛନ୍ତି । ସେପଟେ ବର୍ତ୍ତମାନ ହକି ଇଣ୍ଡିଆର ସଭାପତି ରହିଛନ୍ତି ନରିନ୍ଦର ବାତ୍ରା । ତାଙ୍କର କାର୍ୟ୍ୟକାଳ ଖୁବ ଶୀଘ୍ର ସରୁଥିବାବେଳେ ଦିଲ୍ଲିପ ତିର୍କି ଏହି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।