ଆଜି ମୁକ୍ତିଲାଭ କରିବ ମନ୍ତ୍ରମୁଗ୍ଧ, ସିନେପ୍ରେମୀଙ୍କ ଅପେକ୍ଷାର ଅନ୍ତ

0

ଆଜି ଓଡ଼ିଶା ହେବ ମନ୍ତ୍ରମୁଗ୍ଧ l ଡରିବେ, ହସିବେ ତା’ସହିତ ଗୀତ ଆଉ ନାଚର ତାଳେ ତାଳେ ଝୁମିବେ ଦର୍ଶକ l ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏଥର ଲୁହ ବଦଳରେ ସମ୍ପୂର୍ଣ୍ଣ ମନୋରଞ୍ଜନ ଯୋଗାଇବେ l ଓଲିଉଡ଼ ଚଳଚ୍ଚିତ୍ର ଇତିହାସରେ ପ୍ରଥମଥର ହରର୍, କମେଡି ସହିତ ସଙ୍ଗୀତମୟ ଚଳଚ୍ଚିତ୍ର ଭେଟି ଦେଉଛନ୍ତି ଅନୁପମ l ପୁରା ପରିବାର ଏକା ସାଙ୍ଗରେ ବସି ଦେଖିପାରିବେ ମନ୍ତ୍ରମୁଗ୍ଧ l ମଲ୍ଟି ୟଙ୍ଗ ଷ୍ଟାର୍ସଙ୍କୁ ନେଇ ବଡ଼ ବଜେଟରେ ନିର୍ମିତ ମନ୍ତ୍ରମୁଗ୍ଧର ଟ୍ରେଲର, ଗୀତକୁ ମିଲିୟନ ଭିୟୂଜ୍ ଦେଇସାରିଛନ୍ତି ଦର୍ଶକ l ଜବରଦସ୍ତ ହରର୍ ଦୃଶ୍ୟ ସହିତ ଭରପୁର କମେଡି ତା ସାଙ୍ଗକୁ ଗୀତ ବହୁତ ମନୋରଞ୍ଜନ ଯୋଗାଇବ l ପପୁ ପମ୍ ପମ୍ ଙ୍କ ଡବା ଭିତରେ ପଶ ଗୀତର ମଜା ନେବେ ଦର୍ଶକ l ସନୋଜ, ମନ୍ମୟ, ସାର୍ଥକ, ଦୀପନ୍ୱିତ, ଭୂମିକା, ସୂର୍ଯ୍ୟମୟୀ ଭଳି କଳାକାର ମୁଖ୍ୟ ଚରିତ୍ରରେ ଥିବାବେଳେ ଚୌଧୁରୀ ଜୟ ପ୍ରକାଶ ଦାସ, ହର ରଥ, ନିଶାନ୍ତ ଭଳି ଅନେକ ବରିଷ୍ଠ କଳାକାର ରହିଛନ୍ତି l ସମୁଦାୟ ୫ଟି ଗୀତକୁ ୫ ଜଣ ସଙ୍ଗୀତ ନିର୍ଦ୍ଦେଶକ ସ୍ୱର ସଂଯୋଜନା କରିଛନ୍ତି l

ବର୍ଷା ପଟ୍ଟନାୟକ ଏବଂ ଅନୁପମ ପଟ୍ଟନାୟକ ପ୍ରଯୋଜିତ ମନ୍ତ୍ରମୁଗ୍ଧ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ l ଓଡ଼ିଶାର ପ୍ରାଚୀନ ରାଜ ପ୍ରସାଦର ଇତିହାସକୁ ସିନେମା ମାଧ୍ୟମରେ ଦର୍ଶାଇବାକୁ ଏକ ପ୍ରକାର ଚେଷ୍ଟା କରାଯାଇଛି l ଗୋଟିଏ ଗାଁର ପ୍ରାୟ ସମସ୍ତ ଗ୍ରାମବାସୀ ଶେଷ ଦୃଶ୍ୟରେ ଅଭିନୟ କରିବାକୁ ସୁଯୋଗ ପାଇଛନ୍ତି l ତେବେ ପୂର୍ବରୁ ମୁକ୍ତିଲାଭ କରିଥିବା ସମସ୍ତ ଚଳଚ୍ଚିତ୍ରର ରେକର୍ଡ ଭାଙ୍ଗି ମନ୍ତ୍ରମୁଗ୍ଧ ନୂଆ ରେକର୍ଡ ସୃଷ୍ଟି କରିବ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ ପ୍ରକାଶ କରିଛନ୍ତି l ଏହି ଚଳଚ୍ଚିତ୍ର ପ୍ରତିଟି ଓଡ଼ିଆ ଦର୍ଶକ ଦେଖିବା ଉଚିତ କାରଣ ଏହା ସବୁ ବର୍ଗର ଦର୍ଶକଙ୍କ ପାଇଁ ଭରପୁର ମନୋରଞ୍ଜନ ସହିତ ଅତ୍ୟାଧୁନିକ ଭିଏଫଏକ୍ସ କାମ ରହିଛି ବୋଲି ପ୍ରଚାର ଓ ପ୍ରସାର ମୁଖ୍ୟ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ କହିଛନ୍ତି l

Leave A Reply

Your email address will not be published.