ଆକାଶରେ କଳାହାଣ୍ଡିଆ ମେଘ ସହ ଯେତେବେବେ ଘଡ଼ଘଡ଼ିମାରେ ମନରେ ଛନକା ପଶିଯାଏ। ଘଡ଼ଘଡି ସହ ବିଜୁଳି ମାରିଲେ ଭୟ ଆହୁରି ବଢ଼େ। କାରଣ ବଜ୍ରପାତ ଜୀବନ ନେଇଯାଏ ।ଭାରତରେ ପ୍ରତିବର୍ଷ ପ୍ରାୟ ଅଢେଇ ହଜାରରୁ ୩ ହଜାର ଲୋକଙ୍କର ବଜ୍ରପାତ ଯୋଗୁଁ ମୃତ୍ୟୁ ଘଟୁଛି । ତେଣୁ, ବଜ୍ରପାତରୁ ଆପଣ କିଭଳି ବର୍ତ୍ତିପାରିବେ ସେ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ।
ବିଜୁଳି ମାରିଲେ କରିବେ କ’ଣ?
✅ବଜ୍ରପାତ ସମୟରେ ଘରୁ ବାହାରକୁ ବାହାରନ୍ତୁ ନାହିଁ
✅ବଜ୍ରପାତ ବେଳେ ଛାତ ଘରେ ରହିବା ସବୁଠୁ ସୁରକ୍ଷିତ
✅ମୋବାଇଲ ଭଳି ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ବ୍ୟବହାର କରନ୍ତୁ ନାହିଁ
✅ଝରକା ଏବଂ କବାଟଠୁ ଦୂରେଇ ରୁହନ୍ତୁ
✅ବାହାରେ ଥିଲେ ନଇଁପଡି ଆଣ୍ଠୁକୁ ବଙ୍କା କରି ଛାତିରେ ଲଗାଇ ବସିପଡନ୍ତୁ
✅ନିଜକୁ ଯେତେ ସଙ୍କୁଚିତ କରିପାରିବେ କରି ବସନ୍ତୁ
✅କେବେବି ସିଧାସଳଖ ମାଟି ଉପରେ ଶୁଅନ୍ତୁ ନାହିଁ
✅କାରରେ ଥିଲେ ଗାଡି ଡୋର ବନ୍ଦ କରିଦିଅନ୍ତୁ
✅ପାଣିଠୁ ସର୍ବଦା ଦୁରେଇ ରୁହନ୍ତୁ,କାରଣ ପାଣିରେ ଇଲେକ୍ଟ୍ରିସିଟି ପ୍ରବାହ ଶୀଘ୍ର ହୋଇଥାଏ।ତେଣୁ ଏହି ସମୟରେ ସାୱାର ଲଗାଇ ଗାଧାନ୍ତୁ ନାହିଁ
✅ବଜ୍ରପାତ ସମୟରେ ପାଣିରେ ପହଁରନ୍ତୁ ନାହିଁ
✅ମେଟାଲ ତଥା ଧାତୁ ସାମଗ୍ରୀକୁ ଛୁଅନ୍ତୁ ନାହିଁ
✅ତାର ବାଡ଼, ସାଇକେଲ, ଗଲ୍ଫ କ୍ଲୁବ୍ସଠୁ ଦୁରେଇ ରୁହନ୍ତୁ
✅ଟିଭି ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ବିଦ୍ୟୁତ୍ ବୋର୍ଡରୁ କାଢିଦିଅନ୍ତୁ
ବଜ୍ରପାତ କ’ଣ?
ଆକାଶରେ ଯେତେବେଳେ ବାଦଲ ମଧ୍ୟରେ ଧକ୍କା ହୋଇଥାଏ ସେତେବେଳେ ହଠାତ ଏହା ମଧ୍ୟରୁ ଇଲେକଟ୍ରୋଷ୍ଟେଟିକ ଚାର୍ଜ ବିକରଣ ହୋଇଥାଏ । ଏହା ଖୁବଶୀଘ୍ର ଭୂମି ଆଡ଼କୁ ଆସିଥାଏ । ଏହି ସମୟରେ ଜୋରରେ ଘଡ଼ଘଡ଼ି ଶବ୍ଦ ଶୁଣାଯାଇଥାଏ ଓ ଆକାଶରେ ବିଜୁଳି ଦେଖା ଦେଇଥାଏ । ଆକାଶରେ ହେଉଥିବା ବ୍ରଜପାତ କିଛି ସେକେଣ୍ଡ ପାଇଁ ହୋଇଥାଏ । କିନ୍ତୁ ଏଥିରେ ଏତେ ମାତ୍ରାରେ କରେଣ୍ଟ ଥାଏ ଯେ, ସାଧାରଣ ଲୋକର ଜୀବନ ନେବାକୁ ମଧ୍ୟ ସକ୍ଷମ । ବର୍ଷା ସମୟରେ ହେଉଥିବା ବଜ୍ରପାତ କୌଣସି ନା କୌଣସି ମାଧ୍ୟମରେ ଭୂମି ଉପରକୁ ଆସିଥାଏ । ଏହି ବଜ୍ରପାତ ମଣିଷ କିମ୍ବା ପଶୁ ପକ୍ଷୀ ମାନଙ୍କ ଉପରେ ପଡ଼ିଲେ ମୃତ୍ୟୁ ହୋଇଥାଏ । ତେବେ ଏହି ପ୍ରାକୃତିକ ବିପଯ୍ୟୟରୁ କିଛି ସର୍ତକତା ଅବଲମ୍ବନ କରିବା ସହ ନିଜ ଜୀବନକୁ ରକ୍ଷା କରାଯାଇପାରିବ ।