ବାଣୀଚିତ୍ର ସମ୍ମାନ–୨୦୨୬’: ସବ୍ୟସାଚୀ ଶ୍ରେଷ୍ଠ ଅଭିନେତା, ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ

0

 

ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଯାଇଛି ୫୮ତମ ‘ବାଣୀଚିତ୍ର ସମ୍ମାନ–୨୦୨୬’।ଏହି ଅବସରରେ ଓଡ଼ିଆ ସିନେମା ଜଗତର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା କଳାକାର ଓ ଟେକ୍ନିସିଆନମାନଙ୍କୁ ୩୪ଟି ବିଭାଗରେ ସମ୍ମାନିତ କରାଯାଇଥିଲା।ବରିଷ୍ଠ ଅଭିନେତା ଅସିତ୍ ପତିଙ୍କୁ ପ୍ରତିଷ୍ଠିତ ‘ପରୀକ୍ଷିତ ଜେନା ବାଣୀଚିତ୍ର ସ୍ମୃତି ସମ୍ମାନ–୨୦୨୬’ ପ୍ରଦାନ କରାଯାଇଥିବା ବେଳେ ଚଳଚ୍ଚିତ୍ର “ଅନନ୍ତା” ପାଇଁ ସବ୍ୟସାଚୀ ମିଶ୍ର ଙ୍କୁ ‘ଶ୍ରେଷ୍ଠ ଅଭିନେତା’ ଏବଂ “ପାଦେ ଆକାଶ” ଚଳଚ୍ଚିତ୍ର ପାଇଁ ଅର୍ଚ୍ଚିତା ସାହୁ ଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ’ ସମ୍ମାନରେ ସମ୍ମାନୀତ କରାଯାଇଥିଲା

ସେହିପରି ଚଳଚ୍ଚିତ୍ର “ଲହରୀ’କୁ ସମାଲୋଚକଙ୍କ ପସନ୍ଦର ଶ୍ରେଷ୍ଠ ଚଳଚ୍ଚିତ୍ର,‘ଅଜିର ରେବତୀ’ ପାଇଁ ରମେଶ ବାରିକ ଶ୍ରେଷ୍ଠ ଲୋକପ୍ରିୟ ପ୍ରଯୋଜକ ସମ୍ମାନ, ‘ଲଢେଇ’ ପାଇଁ ଦେବାଶିଷ ପଟ୍ଟନାୟକ ଶ୍ରେଷ୍ଠ ନବାଗତ ପ୍ରଯୋଜକ,ଚଳଚ୍ଚିତ୍ର “ଅନନ୍ତା” ପାଇଁ ସବ୍ୟସାଚୀ ମହାପାତ୍ର ଓ କୁମାର ସି ଦେବ ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ‘ଡେଲିଭରୀ ବୟ’ ପାଇଁ ଅଶ୍ୱିନୀ ତ୍ରୀପାଠୀ ଙ୍କୁ ଜୁରି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ବିଶିଷ୍ଟ କବି ଓ ଗୀତିକାର ରବି ନାରାୟଣ ସେନାପତି ।କେବଳ ସେତିକି ନୁହେଁ ଓଡ଼ିଆ ସିନେମା ଜଗତର ବରିଷ୍ଠ ଓ ଯୁବ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଟେକ୍ନିସିଆନମାନଙ୍କ ଉପସ୍ଥିତିରେ ଏହି ଆସର ରଙ୍ଗାରଙ୍ଗ ହୋଇଉଠିଥିଲା।

Leave A Reply

Your email address will not be published.