ଆଜି ଦେଶବ୍ୟାପୀ ବନ୍ଦ ରହିବ ଔଷଧ ଦୋକାନ । ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି। ରାଜ୍ୟର ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିବ।
ଅନ୍ୟପଟେ ବନ୍ଦକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସାଧାରଣ ଲୋକ ଓ ଗୁରୁତର ରୋଗୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ସମସ୍ତ ଡ୍ରଗସ ଇନସପେକ୍ଟର ଓ ସହାୟକ ଡ୍ରଗସ ଇନସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।