ବଦଳିଲା ସରକାର CRUTର ନା । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟରୁ ହେଲା କମ୍ପ୍ରିହେନସିଭ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ । ଏ ନେଇ ସୂଚନା ଦେଇଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର । ଏହା ସହ ବାରିପଦା ,ଅନୁଗୁଳ,ଝାରସୁଗୁଡ଼ା ଓ ବାଲେଶ୍ୱରରେ ଆମ ବସ ଚାଲିବା ।
ରାଜ୍ୟ ସାରା ଆଗାମୀ ଡିପୋ ଏବଂ ବୈଦ୍ୟୁତିକ ଗତିଶୀଳତା ଭିତ୍ତିଭୂମିର ସମୟାନୁବର୍ତ୍ତୀ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବିଚାରାଧୀନ ଭିତ୍ତିଭୂମି ଏବଂ ବିଦ୍ୟୁତ ସଂଯୋଗ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି କଟକ, ଭୁବନେଶ୍ୱର ଓ ରାଉରକେଲା ପାଇଁ ୧୦୦ଟି ଇଭି ବସ ଆସିବ । ସମ୍ବଲପୁର ଓ ବ୍ରହ୍ମପୁରରେ ଚଳାଚଳ କରିବ ୧୦୦ଟି ଇଭି ବସ ।