କାନାଡାରେ ପୁଣି ଜଣେ ଭାରତୀୟଙ୍କୁ ବିଭତ୍ସ ହତ୍ୟା

0

ଅଟାଓ୍ବା: କାନାଡାରେ ଆଉ ଏକ ଭାରତୀୟଙ୍କୁ ହତ୍ୟା କରାଯାଇଛି । ଗୁଜୁରାଟର ଛାତ୍ରୀ ବିଧି ମେଘା(୨୨)ଙ୍କୁ ଆମେରିକା ସୀମା ନିକଟରେ ଛୁରୀ ଭୁସି ହତ୍ୟା କରାଯାଇଛି । ଲୁଟପାଟକୁ ବିରୋଧ କରିବାରୁ ଦୁର୍ବୁତ୍ତ ମାନେ ତାଙ୍କୁ ଛୁରା ମାଡ କରିଥିଲେ । ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ବିଧି ମେଘାନୀ ମୂଳତଃ ଆନନ୍ଦର ବୋରସାଦର ବାସିନ୍ଦା । ସେ କାନାଡାର ନିଆଗାରା ଅଞ୍ଚଳରେ ରହୁଥିଲେ । ବିଧି ସେଠାରେ ଗତ ୪ ବର୍ଷ ହେବ ପାଠ ପଢିବା ସହ ଚାକିରୀ କରୁଥଲେ । ସ୍ଥାନୀୟ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ତେବେ ଏହି ବାହାର ଦେଶରେ ଭାରତୀୟଙ୍କୁ ହତ୍ୟା ଘଟଣା ନୂଆ ନୁହଁ । ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ରେ ୩୦ ବର୍ଷୀୟ ମହୀଳା ହିମାଂଶୀ ଖୁରାନାଙ୍କ ମୃତ ଦେହ ମିଳିଥିଲା । ଏପ୍ରିଲ ୨୦୨୫ରେ ୨୧ ବର୍ଷୀୟ ପଞ୍ଜାବୀ ଛାତ୍ର ହରସିମରକ ରନ୍ଧାୱାଙ୍କୁ ଅଣ୍ଟାରିଓରେ ଗୁଳି କରି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.