ବାରମ୍ବାର କ୍ଷୀର ଉତୁରୁଛି କି? ତେବେ ଆଦୌ ଅଣଦେଖା କରନ୍ତୁ ନାହିଁ, ହୋଇପାରେ ବଡ଼ କ୍ଷତି
ଆମ ଘରେ ଅନେକ କିଛି ଘଟେ । ପ୍ରାୟତଃ ଅନେକ ସମୟରେ କ୍ଷୀର ଗରମ କରିବା ସମୟରେ ଉତୁରି ଯାଇଥାଏ । ଯାହାକୁ ଆମେ ଅସାବଧାନତା ବୋଲି ଭାବିଥାଉ । କିନ୍ତୁ ଏହା ସହିତ ବାସ୍ତୁ ନିୟମ ଯୋଡି ହୋଇ ରହିଛି । ରୋଷେଇ ଘରର ଏହି ଛୋଟ ଘଟଣା ଆପଣଙ୍କ ଜୀବନ, ମାନସିକ ଶାନ୍ତି ଏବଂ ଆପଣଙ୍କ ପକେଟ ଉପରେ ମଧ୍ୟ ବଡ଼ ପ୍ରଭାବ ପକାଇପାରେ । ବାରମ୍ବାର କ୍ଷୀର ଉତୁରିବାର କାରଣ , ସଙ୍କେତ ଏବଂ ଭବିଷ୍ୟତରେ କଣ ପ୍ରଭାବ ପକାଏ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ସହିତ କ୍ଷୀର ସିଧାସଳଖ ଜଡିତ । ଯାହା ଆମ ମନ, ଶାନ୍ତି ଓ ଭାବନା ସହିତ ଜଡିତ । ଯଦି ବାରମ୍ବାର କ୍ଷୀର ଫୁଟି ଉତୁରି ପଡେ ତେବେ କୁଣ୍ଡଳୀରେ ଚନ୍ଦ୍ର ଦୋଷକୁ ସୂଚିତ କରେ । ଏହା ଆଗାମୀ ଦିନରେ ମାନସିକ ଅସ୍ଥିରତା, ଅନାବଶ୍ୟକ ଚାପ ଏବଂ ନିଷ୍ପତ୍ତି ନେବାରେ ବାଧା ସୃଷ୍ଟି କରିପାରେ ।
ବାସ୍ତୁ ଶାସ୍ତ୍ର ଅନୁସାରେ , ନିଆଁରେ କ୍ଷୀର ଢାଳିବା ଅଗ୍ନି ଏବଂ ଚନ୍ଦ୍ର ମଧ୍ୟରେ ସଂଘର୍ଷକୁ ସୂଚିତ କରେ । ଯଦି ଏହା ବାରମ୍ବାର ଘଟେ ତେବେ ପରିବାର ସଦସ୍ୟଙ୍କ ମଧ୍ୟରେ ବୈଚାରିକ ପାର୍ଥକ୍ୟ ବଢ଼ିବାକୁ ଲାଗେ । ସାମାନ୍ୟ କଥାରେ ଯୁକ୍ତିତର୍କ, ଅନାବଶ୍ୟକ ଉତ୍ତେଜନା ଏବଂ ଘରୋଇ କଳହ ହେବାର ସମ୍ଭାବନା ଥାଏ । କ୍ଷୀରକୁ ସମୃଦ୍ଧିର ପ୍ରତୀକ ବୋଲି ମଧ୍ୟ ବିବେଚନା କରାଯାଏ । ଏଥିସହିତ ବାସ୍ତୁ ଅନୁସାରେ, ବାରମ୍ବାର ଫୁଟୁଥିବା କ୍ଷୀରକୁ ଭୂମି କିମ୍ବା ଚୁଲିରେ ଢାଳିବା ଆର୍ଥିକ କ୍ଷତି ସହିତ ଜଡିତ ଥାଏ । ଅପ୍ରତ୍ୟାଶିତ ଖର୍ଚ୍ଚ କିମ୍ବା ନିବେଶରେ ସମ୍ଭାବ୍ୟ କ୍ଷତିର ସମ୍ମୁଖୀନ ହେବେ ବୋଲି ସଙ୍କେତ ଦେଇଥାଏ ।
କ୍ଷୀର ଉତୁରିବା ସ୍ବାସ୍ଥ୍ୟ ସମସ୍ୟାର ଲକ୍ଷଣ । ଏହା ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ବୋଲି ବିଶ୍ୱାସ କରାଯାଏ । ବିଶେଷକରି ଆପଣଙ୍କ ମାଆଙ୍କ ଉପରେ ପ୍ରଭାବ ପଡିଥାଏ । ଯଦି ଏମିତି ବାରମ୍ବାର ହେଉଛି ତେବେ ଏଥିପ୍ରତି ସତର୍କ ରୁହନ୍ତୁ ।