ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ CDS

0

ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ହେଲେ ନୂତନ ଚିଫ୍ ଅଫ୍ ଡିଫେନ୍‌ସ ଷ୍ଟାଫ୍ (CDS) । ଜେନେରାଲ୍ ଅନିଲ ଚୌହାନଙ୍କ ସ୍ଥାନରେ ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ଭାରତର ନୂତନ ଚିଫ୍ ଅଫ୍ ଡିଫେନ୍‌ସ ଷ୍ଟାଫ୍ (ସିଡିଏସ୍) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡ୍‌ମିରାଲ୍‌ କୃଷ୍ଣ ସ୍ୱାମୀନାଥନ ମଧ୍ୟ ଭାରତର ନୂତନ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆଡ୍‌ମିରାଲ୍‌ ସ୍ୱାମୀନାଥନ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ୍‌ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟ କରୁଥିଲେ। ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ୍‌ ସୁବ୍ରମଣି କହିଛନ୍ତି ଯେ ସଶସ୍ତ୍ର ବାହିନୀର ରୂପାନ୍ତରକୁ ମଜଭୁତ କରିବା, ତିନି ସେନାର ଏକୀକରଣ ଓ ସମନ୍ୱୟରେ ଉନ୍ନତି ଆଣିବା ପାଇଁ ସାଂଗଠନିକ ସଂସ୍କାର ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବ।

Leave A Reply

Your email address will not be published.