ଭୁବନେଶ୍ବରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼, ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି

0

ଭୁବନେଶ୍ୱର  :  ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି ।  ଭୁବନେଶ୍ବରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ।  କୁଆପଥର ବର୍ଷା ଯୋଗୁ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି।   ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବିଜୁଳି ଘଡ଼ଘଡ଼ି ।  ପ୍ରବଳ ବର୍ଷା ଯୋଗୁଁ ଉପୁଜିଲା ଟ୍ରାଫିସ ସମସ୍ୟା, ଗମନାଗମନ ବ୍ୟାହତ ।  ଜୟଦେବ ବିହାରରେ ଗଛ ପଡି 4 ରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି ।

ଭୁବନେଶ୍ୱର ବ୍ୟତୀତ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି  ।   ଏବେ ବି ଆକାଶରେ କଳାବାଦଲ ଛାଇ ହୋଇ ରହିଥିବାରୁ ପୁଣି ବର୍ଷା ଆଶଙ୍କା ରହିଛି  ।  ଆଜି ରାଜଧାନୀ ଭୁବନେଶ୍ବରରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିଲା । ସାଢ଼େ ୮ଟା ସୁଦ୍ଧା ୩୩ ଡିଗ୍ରୀ ତାପମାତ୍ରା ହୋଇଥିବାବେଳେ ଆଦ୍ରତା ରହିଛି ୭୭% । ୪୭ ଡିଗ୍ରୀ ପରି ଅନୁଭୂତ ହେଉଥିଲା ଭୁବନେଶ୍ବର ଗରମ । ଆଜିର ବର୍ଷା ଟିକେ ଆଶ୍ବସ୍ତି ଆଣିଛି ।  ତା ସହ ୧୧ଜିଲ୍ଲାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି କରାଯାଇଛି ।

Leave A Reply

Your email address will not be published.