ଭୁବନେଶ୍ଵର: ରାଜ୍ୟରେ ଜାରି ରହିଥିବା ଭୟଙ୍କର କାଳବୈଶାଖୀରେ ବର୍ଷା ଓ ପବନ ଯୋଗୁଁ ପୁରୀରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବରରେ ଅବତରଣ କରିପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। ।ପ୍ରତିକୂଳ ପାଗ ପାଇଁ ଭୁବନେଶ୍ବର ପରିବର୍ତ୍ତେ ପୁରୀରେ ଅବତରଣ କଲା।ସମଙ୍ଗ ଅସ୍ଥାୟୀ ବସ୍ ଷ୍ଟାଣ୍ଡରେ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର।
ତେବେ ସୌଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀଙ୍କ ସମେତ ହେଲିକପ୍ଟରରେ ଥିବା ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଶେଷ କରି ରାଜଧାନୀ ଭୁବନେଶ୍ୱର ଫେରୁଥିଲେ। କିନ୍ତୁ ହେଲିକପ୍ଟରଟି ଭୁବନେଶ୍ୱର ଆକାଶମାର୍ଗ ନିକଟରେ ପହଞ୍ଚିବା କ୍ଷଣି ହଠାତ୍ ପାଗ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ଆକାଶରେ ଦୃଶ୍ୟମାନତା ପ୍ରାୟ ଶୂନ୍ୟ ହୋଇଯାଇଥିଲା, ଯାହା ଫଳରେ ରନୱେ ଦେଖାଯାଇନଥିଲା । ମଝି ଆକାଶରେ ବିପଦକୁ ଆଗୁଆ ଆକଳନ କରି ଏବଂ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ପାଇଲଟ୍ ତୁରନ୍ତ ଭୁବନେଶ୍ୱରରେ ଲ୍ୟାଣ୍ଡିଂ କରିବା ନିଷ୍ପତ୍ତିକୁ ବାତିଲ କରିଥିଲେ।
ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସହ ଯୋଗାଯୋଗ କରି ଚପର୍କୁ ସିଧାସଳଖ ପୁରୀ ଡାଇଭର୍ଟ କରାଯାଇଥିଲା, କାରଣ ସେହି ସମୟରେ ପୁରୀର ପାଗ ସ୍ଥିର ଥିଲା । ପୁରୀ ହେଲିପ୍ୟାଡରେ ହେଲିକପ୍ଟରଟି ଅତି ସୁରକ୍ଷିତ ଭାବେ ଅବତରଣ କରିଥିଲା । “ଭୁବନେଶ୍ୱରରେ ହଠାତ୍ ସୃଷ୍ଟି ହୋଇଥିବା କାଳବୈଶାଖୀ ଝଡ଼ ଯୋଗୁଁ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ, ପାଇଲଟ୍ ଏବଂ ଅନ୍ୟ କର୍ମଚାରୀ ସୁରକ୍ଷିତ ଅଛନ୍ତି ।