ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଏହି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଡିଜିପି, ଗୃହ ବିଭାଗ ACS, ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ସରକାରଙ୍କ ୨ୟ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତିଙ୍କ ଜନ୍ମମାଟି ରାଇରଙ୍ଗପୁରରେ ଆୟୋଜନ ହେବ। ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଜନ୍ମଦିବସ ସହ ୨ୟ ବର୍ଷ ପୂର୍ତ୍ତି ପାଳନ କରିବେ ରାଜ୍ୟ ସରକାର। ଆସନ୍ତା ୧୯ରେ ରାଷ୍ଟ୍ରପତି ଓଡିଶାରେ ପହଞ୍ଚିବା ନେଇ କାର୍ଯ୍ୟକ୍ରମ ରହିଛି।   ୨୦ରେ ପ୍ରଧାନମନ୍ତ୍ରୀ ଆସନ୍ତା ୨୦ରେ ଓଡ଼ିଶା ପହଞ୍ଚି  ବିଶାଳ ଜନସଭାରେ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହେବ ଚାରି ପ୍ରକଳ୍ପ ଓ ଶିଳାନ୍ୟାସ ହେବ ଦୁଇ ପ୍ରକଳ୍ପ। ଓଡିଶାକୁ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହେବ।

ଓଡ଼ିଶାରେ ବିଜେପି ନେତୃତ୍ବାଧୀନ ଡବଲ ଇଞ୍ଜିନ ସରକାରର ଦୁଇବର୍ଷ ପୂର୍ତ୍ତ ଉତ୍ସବ ଆଗାମୀ ଜୁନ ୨୦ ତାରିଖ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ପାଳିତ ହେବ। ଏହି ଅବସରରେ ରାଇରଙ୍ଗପୁର ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗରିମାମୟ ଉପସ୍ଥିତିରେ ବିଶାଳ ଜନସଭା ହେବ। ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍‌ଘାଟିତ ହେବ ଚାରି ପ୍ରକଳ୍ପ ଓ ଶିଳାନ୍ୟାସ ହେବ ଦୁଇ ପ୍ରକଳ୍ପ। ଏହି ଐତିହାସିକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ମନ୍ତ୍ରୀଗଣ, ସାଂସଦ, ବିଧାୟକ, ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ।

ଏହି ଅବସରରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ଆଦିବାସୀ ଗବେଷଣା ଓ ଉନ୍ନୟନ କେନ୍ଦ୍ର, ସ୍ବତନ୍ତ୍ର ପ୍ରଦକ୍ଷିଣ ଗୃହ ଓ ରାଇରଙ୍ଗପୁର ପୋଲିସ ଜିଲା ଉଦ୍‌ଘାଟନ ହେବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫରେଷ୍ଟ ମ୍ୟାନେଜମେଣ୍ଟ, ଅନ୍ତର୍ଜାତୀୟ ମାନର ବ୍ୟାଡ଼ମିଣ୍ଟନ କମ୍ପ୍ଲେକ୍ସର ଶିଳାନ୍ୟାସ ହେବ।

 

Leave A Reply

Your email address will not be published.