ଜମ୍ମୁ କଶ୍ମୀର : ଜମ୍ମୁ କଶ୍ମୀର ରାଜୌରୀ ଜିଲ୍ଲାରେ ଏଲଓସି ନିକଟରେ ବଡ଼ ଅଘଟଣ । ଭାରତୀୟ ସେନାର ନିତିଦିନିଆ ଗସ୍ତ ବେଳେ ହଠାତ୍ ଗ୍ରେନେଡ ବିସ୍ଫୋରଣ ହୋଇଥିଲା । ଫଳର ଭାରତୀୟ ସେନାର ଏକ ଜୁନିଅର କମିଶନଡ ଅଧିକାରୀ ସମେତ ୪ ଯବାନ ଆହତ ହୋଇଛନ୍ତି ।
ସୂଚନା ମୁତାବକ, ରାଜୌରୀ ଜିଲ୍ଲାରେ ନୋଶୌରା ସେକ୍ଟରରେ ଏଲଓସି ନିକଟରେ ନିୟୋଜିତ ଥିବା କୁମାଓଁ ରେଜିମେଣ୍ଟର ଏକ ଦଳ ନିୟମିତ ଯିବା ଆସିବା ଏବଂ ତଦାରଖ ଅଭିଯାନ କରୁଥିଲା । ଏହି ସମୟରେ ଏକ ମଲ୍ଟି ମୋଡ ଗ୍ରେନେଡ ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଏଥିରେ ଜଣେ JCO ଏବଂ ୩ ଜଣ ଅଧିକାରୀ ଆହତ ହୋଇଛନ୍ତି ।
ଆହତ ହେବା ପରେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି । ସେନା ଅଧିକାରୀମାନେ ଘଟଣାର କାରଣ ଯାଞ୍ଚ କରୁଛନ୍ତି । ସମସ୍ତ ଆହତ ସୈନିକଙ୍କ ଉପରେ ନଜର ରଖାଯାଇଛି ।
ସୂଚନାଯୋଗ୍ୟ, ମଙ୍ଗଳବାର ଜମ୍ମୁ କଶ୍ମୀର ବାରାମୂଳା ଜିଲ୍ଲା ଉରୀ ସେକ୍ଟରରେ ଦୁର୍ଘଟଣାବଶଃତ ଏକ ଗ୍ରେନେଡ ଫାଟିବାରୁ ୨ ଯବାନ ସହିଦ ହୋଇଥିଲେ । ସେହିପରି ଏପ୍ରିଲରେ ରାଜୌରୀ ଜିଲ୍ଲାରେ ସୁରକ୍ଷାବଳ ଏପ୍ରିଲରେ ଏକ ସନ୍ଦିଗ୍ଧ ଆଇଇଡି ଭଳି ବକ୍ସ ଜବତ କରିଥିଲା । ଏଥିରେ ୨ଟି ଗ୍ରେନେଡ ରହିଥିଲା ।