ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ

0

ଭୁବନେଶ୍ବର (ଆମ ଟିଭି): ଓଡ଼ିଶା ରାଜନୀତିରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ପଦ୍ମପୁର ବିଧାୟକଙ୍କ ଅକାଳ ବିୟୋଗ ହୋଇଛି । ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିଧାୟକଙ୍କର ପରଲୋକ ହୋଇଛି । ଅସୁସ୍ଥତା କାରଣରୁ କିଛିଦିନ ହେଲା ଚିକିତ୍ସିତ ହେଉଥିଲେ ବିଜୟ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଭେଣ୍ଟିଲେଟରରେ ହୋଇଥିଲେ ଭର୍ତ୍ତି । ଗତକାଲି ବିଳମ୍ବିତ ରାତିରେ ୬୫ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ପଦ୍ମପୁରରୁ ୫ଥର ବିଧାୟକ ଥିଲେ ବିଜୟ ।

୧୯୯୦ରୁ ୨୦୦୦ମସିହା ଯାଏ ଜନତା ଦଳରୁ ବିଧାୟକ ହୋଇଥିଲେ । ୨୦୦୦ ଓ ୨୦୦୯ ଓ ୨୦୧୯ରେ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । ବିଜେଡିର ଜଣାଶୁଣା ଟାଣୁଆ ନେତା ଥିଲେ ବିଜୟ । ୨୦୦୯ ମସିହାରେ ଜାତି ଓ ଜନଜାତି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ । ପଶ୍ଚିମ ଓଡ଼ିଶା ରାଜନୀତିରେ ବରିହାଙ୍କ ଦକ୍ଷତା ରହିଥିଲା ।

 

Leave A Reply

Your email address will not be published.