ଭାରତ-ବାଂଲାଦେଶ ସୀମାରୁ ସନ୍ଦିଗ୍ଧ ଗୁପ୍ତଚର ଗିରଫ, ପଠାଉଥିଲେ ଗୁରୁତ୍ବପୂର୍ଣ୍ଣ ତଥ୍ୟ

0

ପଶ୍ଚିମବଙ୍ଗ ଏସଟିଏଫ୍ ବୁଧବାର ରାତିରେ ଭାରତ-ବାଂଲାଦେଶ ସୀମାରୁ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଗୁପ୍ତଚର ରାଣା ରୌଫଙ୍କୁ ଗିରଫ କରିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହିତ ତାଙ୍କର ସଂପର୍କ ଥିବା ପଚରାଉଚରାରୁ ଜଣାପଡିଛି । ରାଣାର ନୋଟବୁକରୁ ନେପାଳର ୫ ଜଣ ଏବଂ ବାଂଲାଦେଶର ଜଣେ ସନ୍ଦିଗ୍ଧ ଆଇଏସଆଇ ଏଜେଣ୍ଟଙ୍କ ନାମ ମିଳିଛି ।

ଏସଟିଏଫ୍ ଅନୁସାରେ, ରୌଫ୍ ମୂଳତଃ ପାକିସ୍ତାନ ଫେସଲାବାଦର ବାସିନ୍ଦା । ତାଙ୍କ ଲାଗି ଭୋଟର କାର୍ଡ ଏବଂ ଆଧାର କାର୍ଡ ସମେତ ଜାଲ୍ ଭାରତୀୟ ଦସ୍ତାବିଜ ପ୍ରସ୍ତୁତ କରାଇଥିଲେ । ଏହାପରେ ୨୦୧୨ରେ ରୌଫ୍ ନେପାଳ ରାସ୍ତା ଦେଇ ଭାରତ ଆସିଥିଲେ । ପଶ୍ଚିମବଙ୍ଗ ନର୍ଥ ଚବିଶ ପ୍ରଗଣାର ଭିନ୍ନ ଏକ ନାଁରେ ରହୁଥିଲେ ।

ରୌଫଙ୍କ ସଂପର୍କରେ ଗୋପନ ସୂଚନା ପାଇବା ପରେ ଏସଟିଏଫ୍ ପକ୍ଷରୁ ତଲାସୀ ଅଭିଯାନ ଚଳାଯାଇ ତାଙ୍କୁ ଗିରଫ କରାଯାଇଛି । ରୌଫ୍ ବରିଷ୍ଠ ଭାରତୀୟ ଅଧିକାରୀଙ୍କ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ତଥ୍ୟ ପାକିସ୍ତାନ ପଠାଇଥିବା ଜଣାପଡ଼ିଛି । ବଙ୍ଗଳାର ବିଭିନ୍ନ ଭାଗରେ ଥିବା ସେନା ଛାଉଣୀ, ସୀମାରେ ଥିବା ବିଏସଏଫ ଛକ, ରେଲୱେ ଷ୍ଟେସନ ଏବଂ ରେଳ ଲାଇନର ଫଟୋ ଭିଡିଓ ପଠାଇଥିଲେ ।

Leave A Reply

Your email address will not be published.