ଜମ୍ମୁ କାଶ୍ମୀର ଜେଲ୍ ବିଭାଗର ମହାନିର୍ଦ୍ଦେଶକଙ୍କୁ ହତ୍ୟା

0

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ଜେଲ୍ ବିଭାଗର ମହାନିର୍ଦ୍ଦେଶକ ତଥା ୧୯୯୨ ବ୍ୟାଚ୍ ଆଇପିଏସ୍ ଅଫିସର ହେମନ୍ତ ଲୋହିଆଙ୍କୁ ତାଙ୍କ ଜମ୍ମୁ ଉପକଣ୍ଠ ଉଦୟିୱାଲାସ୍ଥିତ ଘରେ ଗଳା କାଟି ହତ୍ୟା କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ତାଙ୍କ ଶବ ଜଳାଇ ଦେବାକୁ ଅଭିଯୁକ୍ତ  ଚେଷ୍ଟା ମଧ୍ୟ କରିଛି। ଘଟଣା ଘଟାଇବାରେ ତାଙ୍କ ଘରେ ସହାୟକ ଭାବେ କାମ କରୁଥିବା ବ୍ୟକ୍ତି ୟାସିର ଉପରେ ସମସ୍ତଙ୍କ ସନ୍ଦେହ ରହିଛି। ତେବେ ଆତଙ୍କବାଦୀ ସଂଗଠନ ଟିଆରଏଫ୍ ଏହି ଘଟଣା ଘଟାଇଥିବା ଦୋଷ ନିଜ ଉପରକୁ ନେଇଛି। ୫୭ ବର୍ଷୀୟ ଶ୍ରୀ ଲୋହିଆ ଗତ ଅଗଷ୍ଟ ମାସରେ ଜେଲ୍ ବିଭାଗର ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ ହୋଇଥିଲେ।

ଜମ୍ମୁ କାଶ୍ମୀର ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଜମ୍ମୁ ଜୋନ୍) ମୁକେଶ ସିଂହ କହିଛନ୍ତି, ତାଙ୍କ ଘରେ ସହାୟକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଜଣକ ଏବେ ଫେରାର ଅଛି ଏବଂ ତାକୁ ଧରିବା ପାଇଁ ପ୍ରୟାସ ଚାଲିଛି। ଫୋରେନସିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବରିଷ୍ଠ ଅଧିକାରୀମାନେ ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।

Leave A Reply

Your email address will not be published.