ରାୟଗଡ଼ା: ନାଗାଲାଣ୍ଡରେ ସହିଦ ଓଡ଼ିଆ ଯବାନ ରାୟଗଡ଼ାର ପୁଅ ଭି. ତେଜାଙ୍କ ମରଶରୀର ଆଜି ରାୟଗଡ଼ାରେ ପହଞ୍ଚିବ । ଆଜି ସ୍ୱତନ୍ତ୍ର ହେଲିକପ୍ଟର ଓ ଆମ୍ବୁଲାନ୍ସ ଯୋଗେ ତାଙ୍କର ପାର୍ଥିବ ଶରୀର ଜନ୍ମସ୍ଥାନ ରାୟଗଡ଼ାକୁ ଅଣାଯାଉଛି । ଆସାମ ରାଇଫଲ୍ସରେ ଯବାନ ଭି. ତେଜା କାର୍ଯ୍ୟରତ ଥିଲେ । ୨୦୨୨ ମସିହାରେ ସେ ସେନାରେ ଯୋଗ ଦେଇଥିଲେ ।
ଆସନ୍ତାକାଲି ତାଙ୍କର ୩୧ତମ ଜନ୍ମଦିନ ଥିଲା। ଡିସେମ୍ବର ୧୦ ତାରିଖରେ ତାଙ୍କର ବିବାହ ହେବାର ଥିଲା । ବିବାହ ପାଇଁ ତାଙ୍କୁ ୪୦ ଦିନ ଛୁଟି ମଧ୍ୟ ମଞ୍ଜୁର ହୋଇସାରିଥିଲା, କିନ୍ତୁ ଖୁସି ଆସିବା ପୂର୍ବରୁ ଘଟିଗଲା ବଡ଼ ଅଘଟଣ। ଗୁଳିମାଡ଼ରେ ସହିଦ ଯବାନ ତେଜା ପୂର୍ବରୁ ଅଙ୍ଗଦାନ ପାଇଁ ଘୋଷଣା କରିଥିଲେ । ଆସାମ ରାଇଫଲ୍ସ ଯବାନ ଭି. ତେଜାଙ୍କ ମୃତ୍ୟୁରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି ।