ଚନ୍ଦ୍ରରେ ପରମାଣୁ ଶକ୍ତିର ଦୌଡ଼ : ଆମେରିକା-ରୁଷ-ଚୀନର ପ୍ରସ୍ତୁତି, ଭାରତ କେଉଁଠି ?

0

ଏବେଯୁଦ୍ଧ କ୍ଷେତ୍ର ପାଲଟିବ ଜହ୍ନ। ଜହ୍ନରେ ଜଳିବ ନିଆଁ ।ଭୟାନକ ଲଢେଇ କରିବେ ସୁପର ପାୱାର । ପୃଥିବୀ ପରେମହାକାଶରେ ମୁହାଁ ମୁହିଁ ହେବେ ବିଶ୍ଵର ଟପ୍ ଦେଶ। ଯାହାକୁ ନେଇଏବେ ସବୁଠି ଭୟର ମାହୋଲ। କିଛି ଏମିତି ଖବରକୁ ଏବେ ଖୁବ୍ ଚର୍ଚ୍ଚା । ‘ପରମାଣୁ ଶକ୍ତି’…ଏହି ଶବ୍ଦର ଉଲ୍ଲେଖ ମାତ୍ରକେ ହିଁ ଦେହରେ ଖେଳିଯାଏ ଶିହରଣ । ଅସୀମ ଶକ୍ତିର ଅଧିକାରୀ ଥିବା ରାଷ୍ଟ୍ରଗୁଡ଼ିକର କଥା ମନକୁ ଆସିଥାଏ। ତଥାପି, ଏହି ବିଶାଳ କ୍ଷମତା କେବଳ ପୃଥିବୀ ମଧ୍ୟରେ ସୀମିତ ହୋଇ ରହିବ ନାହିଁ। ଭବିଷ୍ୟତ ପାଇଁ ପ୍ରସ୍ତୁତ ହେଉଛନ୍ତି ସବୁ ଦେଶ ।ପରମାଣୁ ରିଆକ୍ଟରଗୁଡ଼ିକୁ ଚନ୍ଦ୍ରପୃଷ୍ଠକୁ ନେବା ପାଇଁଏକ ଆରମ୍ଭ ହୋଇଛି ମିଶନ । ଏହି ରେସରେ ଆଗରେ ଅଛନ୍ତି । ଦୁଇଟି ଗୋଷ୍ଠୀ । ଗୋଟିଏ ପଟେ ଯୁକ୍ତରାଷ୍ଟ୍ର ଆମେରିକା।ଅନ୍ୟପଟେ ରହିଛିଏହାର ପାରମ୍ପାରିକପ୍ରତିଦ୍ୱନ୍ଦ୍ୱୀ ଦେଶ ଋଷ। ଏହା ବ୍ୟତୀତ, ଏହି ରେସରେ ଋଷ ସହିତ ଏହାର ଦୀର୍ଘଦିନର ସହଯୋଗୀ ତଥାପଡ଼ୋଶୀ ଦେଶ ଚୀନ୍ ମଧ୍ୟ ହୋଇଛି ସାମିଲ ।

ଚନ୍ଦ୍ରକୁ ନେଇ ମହାଶକ୍ତିମାନ ପ୍ରତିଯୋଗିତାଏବେ ନେଇଛି ନୂଆ ମୋଡ଼ । ଚନ୍ଦ୍ରପୃଷ୍ଠରେ କେବଳ ରୋଭର କିମ୍ବା ଲ୍ୟାଣ୍ଡର ନୁହେଁ,ପରମାଣୁ ଶକ୍ତିରେ ଚାଲିବାକୁ ଥିବା ରିଆକ୍ଟରସ୍ଥାପନ କରିବା ପାଇଁଲକ୍ଷ୍ୟ ରଖିଛନ୍ତି ଆମେରିକା, ରୁଷ ଓ ଚୀନ। ଟାର୍ଗେଟ ହେଉଛି ଚନ୍ଦ୍ରରେ ଦୀର୍ଘ ସମୟ ପାଇଁ ମାନବ ଘାଟି ଓ ବୈଜ୍ଞାନିକ ଗବେଷଣା କେନ୍ଦ୍ର ଗଢ଼ିବା। ତେବେ ଏହାକୁ ଦେଖିଲେ ମନରେ ଗୋଟାଏ ପ୍ରଶ୍ନ ଆସୁଛି । ଯାହା ହେଲାକାହିଁକି ଚନ୍ଦ୍ରରେ ପରମାଣୁ ରିଆକ୍ଟର?କାରଣ ହେଉଛି ଚନ୍ଦ୍ରରେ ସୌର ଶକ୍ତି ଏକ ପ୍ରମୁଖ ଶକ୍ତି ଉତ୍ସ। ଦୀର୍ଘ ସମୟର ଅଭିଯାନ ଏବଂ ଭବିଷ୍ୟତର ଲୁନାର ବେସ୍ ପାଇଁ ନିରନ୍ତର ଓ ଭରସାଯୋଗ୍ୟ ବିଦ୍ୟୁତ ଆବଶ୍ୟକ। ପରମାଣୁ ଫ୍ୟୁଜନ ରିଆକ୍ଟର ଦିନ-ରାତି ଯୋଗାଇପାରିବ ବିଦ୍ୟୁତ । ଏହା ଜୀବନ, ଯୋଗାଯୋଗ, ଗବେଷଣା ଏବଂ ଭବିଷ୍ୟତରେ ଚନ୍ଦ୍ରରୁ ସମ୍ପଦ ଉତ୍ତୋଳନ ଭଳି କାମକୁ ମଧ୍ୟ କରିବ ସପୋର୍ଟ।

Leave A Reply

Your email address will not be published.