ଭୁବନେଶ୍ବରରେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ, ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି

0

ଭୁବନେଶ୍ୱର : ଭୁବନେଶ୍ବରରେ ନୂଆ ରାଜ୍ୟପାଳ ବ୍ରଜମୋହନ ରାମ ।  ବିମାନବନ୍ଦରରେ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି । ମନ୍ତ୍ରିପରିଷଦର ସଦସ୍ୟ ଓ ମୁଖ୍ୟ ଶାସନ ସଚିବ ମଧ୍ୟ ଉପସ୍ଥିତ ଥିଲେ । ନୂଆ ରାଜ୍ୟପାଳଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଆସନ୍ତାକାଲି ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ଆଜି ସନ୍ଧ୍ୟା ୫ଟା ୩୦ରେ କରିବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ।

ପୁରୀରୁ ଫେରି ଭୁବନେଶ୍ୱର ଲୋକଭବନରେ ରହିବେ। ୧୯୫୮ ଜାନୁଆରୀ ୧ରେ ଚାନ୍ଦୱାରେ ଜନ୍ମଗ୍ରହଣ କରିଥିବା ବ୍ରଜମୋହନ ରାମ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଛନ୍ତି। ରାଜନୀତି ସହିତ ସାମାଜିକ କାର୍ଯ୍ୟରେ ମଧ୍ୟ ସକ୍ରିୟ ରହିଛନ୍ତି। ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ।

ଝାଡ଼ଖଣ୍ଡ ଅଲଗା ରାଜ୍ୟ ହେବା ପୂର୍ବରୁ ସେ ବିହାର ରାଜନୀତିରେ ସକ୍ରିୟ ଥିଲେ। ପରେ ବିଜେପି ଟିକେଟରେ ପଲାମୁ ଲୋକସଭା ଆସନରୁ ୧୯୯୬, ୧୯୯୮ ଏବଂ ୧୯୯୯ରେ ଲଗାତାର ତିନିଥର ସାଂସଦ ନିର୍ବାଚିତ ହୋଇଥିଲେ ବ୍ରଜମୋହନ ରାମ। କେନ୍ଦ୍ରରେ ଶକ୍ତି, କୋଇଲା, ରେଳବାଇ ଏବଂ ଅନ୍ୟାନ୍ୟ ସଂସଦୀୟ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ବ୍ରଜ ମୋହନ ରାମ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସହ ମଧ୍ୟ ଜଡ଼ିତ ଥିଲେ। ଝାଡ଼ଖଣ୍ଡରେ ମୋର୍ଚ୍ଚାର ପ୍ରଦେଶ ପ୍ରଭାରୀ ଭାବେ ସେ ଦାୟିତ୍ୱ ତୁଲାଇଛନ୍ତି। ଶିକ୍ଷାର ପ୍ରସାର, ସାମାଜିକ ସଂଗଠନ ଏବଂ ଅନୁସୂଚିତ ଜାତିଙ୍କ କଲ୍ୟାଣ ସମ୍ପର୍କିତ କାର୍ଯ୍ୟରେ ତାଙ୍କର ଅବଦାନ ରହିଛି।

Leave A Reply

Your email address will not be published.