ଆମେରିକା ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି, ୧୦ମ ସ୍ଥାନରେ ଭାରତ

0

ଆମେରିକା ବିଶ୍ୱର ସର୍ବବୃହତ୍‌ ଅର୍ଥନୀତି । ତେବେ ଏହା ମଧ୍ୟ ବିଶ୍ୱର ସର୍ବବୃହତ୍‌ ପର୍ଯ୍ୟଟନ ଅର୍ଥନୀତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଚୀନ୍‌ ଏବଂ ତୃତୀୟ ସ୍ଥାନରେ ଅଛି ଜର୍ମାନୀ । ଭାରତ ତାଲିକାରେ ଦଶମ ସ୍ଥାନରେ ରହିଛି । ବ୍ରିଟେନ, ଜାପାନ, ଫ୍ରାନ୍ସ, ସ୍ପେନ୍‌, ମେକ୍ସିକୋ ଏବଂ ଇଟାଲୀ ଏଥିରେ ଭାରତଠାରୁ ଆଗରେ ଅଛନ୍ତି । ବିଶ୍ୱ ଭ୍ରମଣ ଓ ପର୍ଯ୍ୟଟନ ପରିଷଦ ଅନୁସାରେ, ଭାରତର ପର୍ଯ୍ୟଟନ ଅର୍ଥନୀତିର ଆକାର ୨୬୪ ବିଲିୟନ ଡଲାର । ଆମେରିକାର ପର୍ଯ୍ୟଟନ ଅର୍ଥନୀତି ଆକାର ୨.୬ ଟ୍ରିଲିୟନ ଡଲାର ରହିଛି । ଏହା ଦେଶର ମୋଟ ଅର୍ଥବ୍ୟବସ୍ଥାର ପାଖାପାଖି ୮.୮% । ଏଥିରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ସହ ଘରୋଇ ଏବଂ ବିଦେଶୀ ଉଭୟ ପ୍ରକାର ପର୍ଯ୍ୟଟକଙ୍କ ଦ୍ୱାରା କରାଯାଇଥିବା ଖର୍ଚ୍ଚ ସାମିଲ । ଚୀନ୍‌ର ପର୍ଯ୍ୟଟନ ଅର୍ଥନୀତି ୧.୮ ଟ୍ରିଲିୟନ ଡଲାର, ଯାହା ଏହାର ଅର୍ଥନୀତିର ପାଖାପାଖି ୧୦% ।

ଏହି ତାଲିକାରେ ଜର୍ମାନୀ ୫୬୬ ବିଲିୟନ ଡଲାର ସହ ତୃତୀୟ ସ୍ଥାନରେ ରହିଛି । ବ୍ରିଟେନ ୩୮୦ ବିଲିୟନ ଡଲାର ସହ ଚତୁର୍ଥ ସ୍ଥାନରେ ଅଛି । ଜାପାନର ପର୍ଯ୍ୟଟନ ଅର୍ଥନୀତିର ଆକାର ୩୪୩ ବିଲିୟନ ଡଲାର ରହିଛି । ଫ୍ରାନ୍ସର ପର୍ଯ୍ୟଟନ ଅର୍ଥନୀତି ୩୧୨ ବିଲିୟନ ଡଲାର, ସ୍ପେନ୍‌ର ୨୯୧ ବିଲିୟନ ଡଲାର, ମେକ୍ସିକୋର ୨୮୩ ବିଲିୟନ ଡଲାର ଏବଂ ଇଟାଲୀର ୨୬୫ ବିଲିୟନ ଡଲାର ରହିଛି । ଇଟାଲୀର ମୋଟ ଅର୍ଥନୀତିରେ ପର୍ଯ୍ୟଟନର ଅଂଶ ୧୧ରୁ୧୩%, ସ୍ପେନ୍‌ରେ ଏହା ୧୬% । ତାଲିକାରେ ଅଷ୍ଟ୍ରେଲିଆ, ସାଉଦି ଆରବ, ବ୍ରାଜିଲ ଏବଂ ତୁର୍କୀ ଭାରତଠାରୁ ପଛରେ ରହିଛନ୍ତି । ଏହି ଦେଶଗୁଡ଼ିକର ପର୍ଯ୍ୟଟନ ଅର୍ଥନୀତି ଆକାର ୧୯୮ ବିଲିୟନ ଡଲାର, ୧୭୮ ବିଲିୟନ ଡଲାର, ୧୭୪ ବିଲିୟନ ଡଲାର ଏବଂ ୧୭୦ ବିଲିୟନ ଡଲାର ରହିଛି ।

Leave A Reply

Your email address will not be published.