ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ଅକଭାନ, ୪ ଜିଲ୍ଲାକୁ ୯୦ କିମି ପବନ ଭୟ

0

ଆରମ୍ଭ ହେଲାଣି ଅକଭାନ ପ୍ରଭାବ । ଅଶାନ୍ତ ହେଉଛି ସମୁଦ୍ର, ବଢ଼ୁଛି ବର୍ଷା । ମାଡ଼ି ଆସୁଛି ଭୀଷଣ ବାତ୍ୟା । ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ ମାଡ଼ ହେବ ଭୀଷଣ ବାତ୍ୟା ‘ଅକଭାନ । ଲ୍ୟାଣ୍ଡଫଲ୍ ବେଳେ ​ପବନର ବେଗ ରହିବ ଘଣ୍ଟା ପ୍ରତି ୭୦ ରୁ ୯୦ କିମି ରହିବ। ଝଟକା ପବନର ବେଗ ରହିପାରେ ୯୦ କିଲୋମିଟର । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ଅକଭାନ୍ ଉତ୍ତର ଦିଗରେ ଗତି କରି ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରୁଛି । ବର୍ତ୍ତମାନ ବାତ୍ୟା ନରସାପୁରଠାରୁ ପ୍ରାୟ ୪୨୦ କିଲୋମିଟର , କଳିଙ୍ଗପାଟନମ୍ ଠାରୁ ୪୦୦ କିଲୋମିଟର , ଚେନ୍ନାଇ ଠାରୁ ୫୯୦ କିଲୋମିଟର ଦୂରରେ ଅଛି ।

ସେହିପରି ଗୋପାଳପୁର ଠାରୁ ୪୯୦ କିଲୋମିଟର ଏବଂ ପୁରୀ ଠାରୁ ୫୫୦ କିଲୋମିଟର ଦକ୍ଷିଣରେ କେନ୍ଦ୍ରୀଭୂତ ଅଛି ଅକଭାନ । ଆସନ୍ତାକାଲି ମଧ୍ୟାହ୍ନ ପାଖାପାଖି ସମୟରେ ଅକଭାନର ଲ୍ୟାଣ୍ଡଫଲ୍ । ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୭୦ରୁ ୮୦ କିଲୋମିଟିର ଏବଂ ଝଟକ ପବନର ବେଗ ୯୦ କିଲୋମିଟିର ରହିପାରେ। ଗଞ୍ଜମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ୱିଣ୍ଡ ସ୍ପିଡ୍ ୯୦ କିଲୋମିଟର ପ୍ରତି ଘଣ୍ଟା ରହିପାରେ । ସେହିପରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୭୦ କିଲୋମିଟର ବେଗରେ ପବନ ବହିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.