ବିଦାୟ ନେଲେ ମୁଲାୟମ ,ସରିଲା ଅନ୍ତିମ ସଂସ୍କାର

0

ଲକ୍ଷ୍ନୌ : ପାଞ୍ଚ ଭୂତରେ ଲୀନ ହେଲେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ।   ମଙ୍ଗଳବାର ଅପରାହ୍ନରେ ପୈତୃକ ଗାଁ ସେଫେଇରେ ଶେଷ ହୋଇଛି ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଶେଷ କୃତ୍ୟ  ତାଙ୍କ ପୁଅ ତଥା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମୁଖାଗ୍ନୀ ଦେଇଛନ୍ତି । ଶେଷକୃତ୍ୟ ବେଳେ ପୈତୃକ ଗାଁ ରେ ପ୍ରଶଂସକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ । ବୈଦିକ ରୀତିନୀତି ଅନୁଯାୟୀ ପାର୍ଥିବ ଶରୀରକୁ ବିଦାୟ ଦିଆଯାଇଛି । ସେଫେଇରେ ଜନନେତାଙ୍କୁ ବିଦାୟ ଶେଷ ବିଦାୟ ଦେବାକୁ ପ୍ରାୟ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା ।

ଲୋକସଭା ବାଚସ୍ପତି ଓମ୍‌ ବିର୍ଲା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନସିପି ନେତା ଶରଦ ପାଓ୍ବାର, ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସମେତ ବହୁ ବଶିଷ୍ଟ ବ୍ୟକ୍ତି ମୁଲାୟମ ସିଂହ ଯାଦବଙ୍କ ପୈତୃକ ଗାଁ ସେଫେଇରେ ପହଞ୍ଚି ଶେଷ ବିଦାୟ ଜଣାଇଛନ୍ତି ।

Leave A Reply

Your email address will not be published.