ତୈଳ କମ୍ପାନିଙ୍କୁ ଦୀପାବଳି ଭେଟି ଦେବେ କେନ୍ଦ୍ର ସରକାର

0

ନୂଆଦିଲ୍ଲୀ (ଆମ ଟିଭି): ତୈଳ କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଦୀପାବଳି ଭେଟି । ଦେଶର ୩ଟି ତୈଳ କମ୍ପାନୀଙ୍କୁ ୨୨ ହାଜର କୋଟି ଟଙ୍କା ଦେବେ କେନ୍ଦ୍ର ସରକାର। ଏହି କମ୍ପାନୀ ଗୁଡ଼ିକ ଦୁଇ ବର୍ଷ ଧରି ଲୋକଙ୍କୁ ଶସ୍ତାରେ ରନ୍ଧନ ଗ୍ୟାସ୍ ଯୋଗାଇ ଚାଲିଥିଲେ। ବିଶ୍ୱରେ ଦାମ ବଢ଼ୁଥିବା ବେଳେ ଦେଶବାସୀଙ୍କୁ କମ୍ପାନୀ ଗୁଡ଼ିକ ଶସ୍ତାରେ ଏଲପିଜି ଯୋଗାଇବା ବନ୍ଦ କରି ନଥିଲେ। ଏଥିପାଇଁ କେନ୍ଦ୍ର ସରକାର ୩ ତୈଳ କମ୍ପାନୀ ପାଇଁ ଦୀପାବଳି ଭେଟି ଘୋଷଣା କରିଛନ୍ତି। ସେମାନଙ୍କ କ୍ଷତିକୁ ଭରଣା କରିବା ପାଇଁ ସରକାର ଏବେ ୨୨ ହଜାର କୋଟି ଟଙ୍କାର ପ୍ୟାକେଜ ଦେବେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ୩ ସରକାରୀ ତୈଳ କମ୍ପାନୀ-ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି), ଭାରତ ପେଟ୍ରୋଲିୟମ ଲିଃ(ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ(ଏଚପିସିଏଲ) ଦୁଇ ବର୍ଷ ହେଲା ଲୋକଙ୍କୁ ଶସ୍ତାରେ ଏଲପିଜି ଯୋଗାଇ ଚାଲିଥିଲେ। ତେଣୁ ସେମାନଙ୍କୁ ଏହି ଦିପାବଳୀ ଭେଟି ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.