ମଝି ଆକାଶରେ ବିମାନରେ ସାପ ,ଜାଣନ୍ତୁ କେଉଁଠି

0

ନୂଆଦିଲ୍ଲୀ: ମଝି ଆକାଶରେ ଆତଙ୍କ। ଉଡ଼ନ୍ତା ବିମାନ ଭିତରେ ଆବିର୍ଭାବ ହେଲା ସାପ। ହଠାତ୍‌ ସାପକୁ  ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ସୋମବାର ଦିନ ଫ୍ଲୋରିଡାର ଟାମ୍ପାରୁ ନ୍ୟୁଜର୍ସି ଅଭିମୁଖେ ଯାଉଥିବା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ର ୨୦୩୮ ବିମାନରେ  ଏକ ସାପ ଆତଙ୍କ ସୃଷ୍ଟି କରିଥିଲା। ଯାତ୍ରୀଙ୍କ ପକ୍ଷରୁ ଏହି ଘଟଣା ବିଷୟରେ ଅବଗତ କରିବା ପରେ ବିମାନର କ୍ର୍ୟୁ ମେମ୍ବରମାନେ ପରିସ୍ଥିତିର ମୁକାବିଲା କରିଥିଲେ। ତେବେ ବିମାନ କର୍ତ୍ତୃପକ୍ଷ କହିଛନ୍ତି ଯେ, ସାପଟିକୁ ସୁରକ୍ଷିତ ଭାବେ କାବୁ କରାଯାଇଛି। ଏହା କାହାର କିଛି କ୍ଷତି କରି ନଥିଲା। ସାପଟି ମଧ୍ୟ ଅଧିକ ବିଷାକ୍ତ ନୁହଁ।

ନ୍ୟୁ ଜର୍ସିରେ ବିମାନଟି ଅବତରଣ ପରେ ଏକ ବନ୍ୟ ବିଭାଗ ଟିମ ପକ୍ଷରୁ ସାପଟିକୁ ବାହାର କରାଯାଇଛି। ପୋର୍ଟ ଅଥରିଟି ଅଫ୍‌ ନ୍ୟୁୟର୍କ ଆଣ୍ଡ୍‌ ନ୍ୟୁଜର୍ସି ବିବୃତିକୁ  ଉଦ୍ଧାର କରି ରଏଟର୍ସ ରିପୋର୍ଟ କରିଛି ଯେ, ବିମାନରେ ଦେଖା ଦେଇଥିବା ସାପିଟି ବେଶୀ ବିଷଧର ନୁହଁ। ଟାମ୍ପାରୁ ଆସିଥିବା ‘ୟୁନାଇଟେଡ୍‌ ଏୟାର୍‌ଲାଇନ୍‌ସ୍‌’ର ୨୦୩୮ ବିମାନ ସୋମବାର ଅପରାହ୍ଣରେ ନ୍ୟୁୟର୍କ ଲିବର୍ଟି ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ରେ ଅବତରଣ କରିବାର ଅଳ୍ପ ସମୟ ପରେ ସାପଟି ସେଥିରେ ପଶିଯାଇଥିଲା। ବିମାନଟି ନ୍ୟୁଜର୍ସି ବିମାନ ବନ୍ଦରରେ ଅବତରଣ ପରେ ପୁଲିସ ପ୍ରଶାସନ ଆଲର୍ଟ ଥିଲା। ତେବେ ସାପଟିକୁ ଉଦ୍ଧାର ପୂର୍ବରୁ ବିମାନରେ ଏହି ସାପଟି କାହାର କିଛି କ୍ଷତି କରି ନଥିବା କୁହାଯାଇଛି।  ସାପଟିକୁ ବାହାର କରିବା ପରେ ପୁଣି ଥରେ ବିମାନଟି ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଥିଲା।

Leave A Reply

Your email address will not be published.