ଓସିଏ ନିର୍ବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥୀପତ୍ର

0

କଟକ (ଆମ ଟିଭି): ଓସିଏ ନିର୍ବାଚନକୁ ନେଇ ରାଜନୀତି ଜୋରଦାର । ଏପଟେ ଓଡ଼ିଶା କ୍ରିକେଟ ଆସୋସିଏସନ୍ ନିର୍ବାଚନ ପାଇଁ ଆଜି ଦାଖଲ ହେବ ପ୍ରାର୍ଥିପତ୍ର। ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି ଓସିଏର ର୍ନିବାଚନ ଅଧିକାରୀ। ଓସିଏ ର୍ନିବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ସମୟ ସକାଳ ସାଢେ ୧୦ଟାରୁ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ରହିଛି। ଆସନ୍ତାକାଲି ପ୍ରାର୍ଥିପତ୍ର ଯାଞ୍ଚ ହେବ। ୨୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ସେହିଦିନ ସାଂରେ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଆସନ୍ତା ୨୮ ତାରିଖ ଦିନ ର୍ନିବାଚନ ଅନୁଷ୍ଠିତ ହେବ।

ତେବେ ଚଳିତ ଓସିଏ ର୍ନିବାଚନରେ ଯାଜପୁର ବିଧାୟକ ତଥା ବିଜେଡି ସାଙ୍ଗଠନିକ ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି ଚୁଡ଼ାନ୍ତ ହୋଇସାରିଛି। ଏହା ସହ ସମ୍ପାଦକ ପଦ ପାଇଁ ସଞ୍ଜୟ ବେହେରା ଓ ଉପସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତିଙ୍କ ପ୍ରାର୍ଥୀତ୍ୱ ମଧ୍ୟ ଚୁଡ଼ାନ୍ତ ହୋଇସାରିଛି। ତେବେ ଏହି ତିନି ଜଣ ପ୍ରାର୍ଥୀ ଆଶୀର୍ବାଦ ବେହେରାଙ୍କ କ୍ୟାମ୍ପ ବା ପ୍ୟାନେଲ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ତିନି ପଦ ବ୍ୟତୀତ ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉସିଲ ମେମ୍ବର ପଦ ପାଇଁ ର୍ନିବାଚନ ହୋଇପାରେ।

Leave A Reply

Your email address will not be published.