ପୁଣି ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ (ଆମ ଟିଭି): ପୁଣି ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । ଅରୁଣାଚଳ ପ୍ରଦେଶର ସିୟାଙ୍ଗ ଜିଲ୍ଳାରେ ଶୁକ୍ରବାର ଏହି ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ସିୟାଙ୍ଗ ଜିଲ୍ଳାରେ ସେନା ହେଲିକପ୍ଟର ରୁଦ୍ର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୌହାଟୀ ଡିଫେନ୍ସ ପିଆରଓ ଅନୁଯାୟୀ, ସେନା ହେଲିକପ୍ଟର ଟୁଟିଂ ଠାରୁ ୨୫ କିମି ଦୂର ସିଙ୍ଗିଙ୍ଗ ଗାଁ ନିକଟରେ କ୍ରାସ୍ ହୋଇଛି । ଯେଉଁଠାରେ ଏହି ଦୁର୍ଘଟଣା ଘଟିଛି ସେହି ସ୍ଥାନକୁ ଗମନାଗମନର ସୁବିଧା ମଧ୍ୟ ନାହିଁ । ଅବଶ୍ୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହେଲିକପ୍ଟରରେ ସେନାର ଦୁଇ ଯବାନ ରହିଥିବା ନେଇ କୁହାଯାଉଛି । ଏହି ହେଲିକପ୍ଟର ରାଜ୍ୟ ବାହାରୁ ଆସିଥିଲା ।
ସେନାର ହେଲିକପ୍ଟର ରୁଦ୍ର ସେନାର ଲଢ଼ୁଆ ବିମାନ । ଏହାକୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍) ଭାରତୀୟ ସେନା ପାଇଁ ନିର୍ମିତ କରାଯାଇଥିଲା । ତେବେ ଏଠାରେ କହି ରଖୁ ଯେ, ଗତ ତିନି ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । ଅର୍ଥାତ୍ ଗତ ୩ ସପ୍ତାହ ମଧ୍ୟରେ ଦୁଇ ଦୁଇ ଥର ସେନା ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହେଲାଣି।