ଆପଣ ଦହି ଓ ପିଆଜ ଖାଉଛନ୍ତି କି ଏକାଠି ,ସାବଧାନ କରନ୍ତୁ ନାହିଁ ଏମିତି ଭୁଲ

0

ଅଧିକାଂଶ ଲୋକଙ୍କୁ ଦହି ଖାଇବା ଭାରି ପସନ୍ଦ। ଖାଦ୍ୟ ସହ ଯଦି ଦହି ନଥାଏ, ତେବେ ଅନେକଙ୍କୁ ଖାଦ୍ୟ ଅଧୁରା ଲାଗେ। ସେହିପରି ଆଉ କିଛି ଲୋକ ଦହିକୁ ନିଜ ଡେଲି-ଡାଇଟ୍‌ରେ ସାମିଳ କରିଥାନ୍ତି। ଦହି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। କିନ୍ତୁ ଆପଣ ଜାଣନ୍ତି କି ଦହି ସହିତ କିଛି ଜିନିଷ ମିଶାଇ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେବେ କେଉଁ ଜିନିଷକୁ ଦହି ସହିତ ମିଶାଇ ଖାଇବା ଉଚିତ୍ ନୁହେଁ, ଆସନ୍ତୁ ଜାଣିବା।

ଅନେକ ଲୋକ ପିଆଜ ସହ ଦହି ମିଶାଇ ଖାଇବାକୁ ଭଲ ପାଆନ୍ତି। ଅଧିକାଂଶ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ମଧ୍ୟ ଦହି ପିଆଜ ସାଲାଡ ତଥା କଚୁମ୍ବର ଦିଆଯାଏ। ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ, ତେବେ ଆପଣଙ୍କର ଏହି ଅଭ୍ୟାସକୁ ବଦଳାଇବାକୁ ପଡିବ। କାରଣ ଦହି ଏବଂ ପିଆଜର ପ୍ରଭାବ ଭିନ୍ନ ଭିନ୍ନ ରହିଛି। ଏପରି ସ୍ଥିତିରେ, ଯଦି ଆପଣ ଦହି ଏବଂ ପିଆଜକୁ ମିଶାଇ ଖାଆନ୍ତି, ତେବେ ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି। ଯେପରିକି କୁଣ୍ଡେଇ ହେବା, ଏଗ୍‌ଜିମା, ଆଲର୍ଜି, ଏବଂ ପେଟ ସହିତ ଜଡିତ ଅନ୍ୟାନ୍ୟ ରୋଗ ହୋଇପାରେ।

Leave A Reply

Your email address will not be published.