କଟକ(ଆମ ଟିଭି): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଛନ୍ତି ରୋଜଗାର ମେଳା । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଦେଶରେ ୧୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ରୋଜଗାର। ସେହି ଅନୁସାରେ ଆଜି ପ୍ରଥମ ପର୍ୟ୍ୟାୟ ରୋଜଗାର ମେଳାରେ ୭୫ ହଜାର ଯୁବକଯୁବତୀଙ୍କୁ ପ୍ରଦାନ କରାଯାଇଛି ନିଯୁକ୍ତି ପତ୍ର। କଟକ ଶହୀଦ ଭବନରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ଆଜି କଟକରେ ୧୦୫ଜଣଙ୍କୁ ଏହି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ଏହି କାର୍ୟ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁଙ୍କ ସହ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ଓ ଖୋର୍ଦ୍ଧା ରେଳବାଇ ଡିଭିଜନର ଡିଆରଏମ ଉପସ୍ଥିତ ଥିଲେ। ବିଶେଷ କରି ୯୮ ଜଣଙ୍କୁ ରେଳ ବିଭାଗରେ ନିଯୁକ୍ତି ମିଳିଛି। ଆଗକୁ ଏହାକୁ ଅଧିକ ବ୍ୟାପକ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ଵର ଟୁଡୁ କହିଛନ୍ତି।ନିଯୁକ୍ତି ପାଇଥିବା ଯୁବକଯୁବତୀ ନିଯୁକ୍ତି ପତ୍ର ପାଇବା ପରେ ବେଶ ଖୁସି ପ୍ରକାଶ କରିଛନ୍ତି।